ପୁରୁଷ ଜୁନିୟର ହକି ବିଶ୍ୱକପ: କାନାଡା ବିପକ୍ଷରେ ବଡ଼ ବିଜୟ ସହ କ୍ୱାର୍ଟର ଫାଇନାଲରେ ଭାରତ | News Room Odisha

ପୁରୁଷ ଜୁନିୟର ହକି ବିଶ୍ୱକପ: କାନାଡା ବିପକ୍ଷରେ ବଡ଼ ବିଜୟ ସହ କ୍ୱାର୍ଟର ଫାଇନାଲରେ ଭାରତ

କୁଆଲାଲମ୍ପୁର: ଚମତ୍କାର ପ୍ରଦର୍ଶନ ସହ କାନାଡାକୁ ୧୦-୧ରେ ହରାଇ ଭାରତ ଶନିବାର ପୁରୁଷ ଜୁନିୟର ବିଶ୍ୱକପ ହକି ଟୁର୍ଣ୍ଣାମେଣ୍ଟର କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି।

ଏହି ବିଜୟ ସହ ଭାରତ ପୁଲ୍ ସିରେ ଦ୍ୱିତୀୟ ସ୍ଥାନକୁ ଉଠି କ୍ୱାର୍ଟର ଫାଇନାଲରେ ସ୍ଥାନ ପକ୍କା କରିଛି |

ଭାରତ ପକ୍ଷରୁ ଆଦିତ୍ୟ ଅର୍ଜୁନ ଲାଲଗେ (ଅଷ୍ଟମ, ୪୩ ତମ ମିନିଟ୍), ରୋହିତ (ଦ୍ୱାଦଶ, ୫୫ତମ), ଅମନଦୀପ ଲାକ୍ରା (୨୩ତମ, ୫୨ତମ), ବିଷ୍ଣୁକାନ୍ତ (୪୨ ତମ), ରାଜିନ୍ଦର (୪୨ ତମ), କୁଶୱା ସୌରଭ ଆନନ୍ଦ (୫୧ ତମ) ଏବଂ ଉତ୍ତମ ସିଂ (୫୮ ତମ) ଗୋଲ୍ ସ୍କୋର୍ କରିଥିଲେ । କାନାଡା ପାଇଁ ଜୁଡ୍ ନିକୋଲସନ (୨୦ତମ) ଏକମାତ୍ର ଗୋଲ୍ ଦେଇଥିଲେ।

ମଙ୍ଗଳବାର କ୍ୱାର୍ଟର ଫାଇନାଲରେ ଭାରତ ପୁଲ୍ ଡି’ ଟପ୍ପର ନେଦରଲ୍ୟାଣ୍ଡସକୁ ଭେଟିବ।