କରୋନା ଅପଡେଟ୍: ଦେଶରେ ଆଉ ୧୬, ୮୬୨ ନୂଆ ମାମଲା, ୩୭୯ ମୃତ | News Room Odisha

କରୋନା ଅପଡେଟ୍: ଦେଶରେ ଆଉ ୧୬, ୮୬୨ ନୂଆ ମାମଲା, ୩୭୯ ମୃତ

ନୂଆଦିଲ୍ଲୀ: ଗତକାଲି ତୁଳନାରେ ଆଜି ଦେଶରେ କରୋନା ସଂକ୍ରମଣ ହ୍ରାସ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬, ୮୬୨ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଏହି ସମୟରେ ୩୭୯ ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି ଦେଶରେ ୧୮ ହଜାର ୯୮୭ ମାମଲା ପଞ୍ଜିକୃତ ହୋଇଥିଲା।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଦେଶରେ ଗତ ୨୪ ଘଣ୍ଟାରେ ୧୯ ହଜାର ୩୯୧ ଲୋକ କରୋନା ମୁକ୍ତ ହୋଇଛନ୍ତି, ଯାହା ପରେ ସକ୍ରିୟ ମାମଲା ୨ ଲକ୍ଷ ୩ ହଜାର ୬୭୮ କୁ ହ୍ରାସ ପାଇଛି | ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ତିନି କୋଟି ୩୩ ଲକ୍ଷ ୮୨ ହଜାର ୧୦୦ ଲୋକ କରୋନାକୁ ମାତ୍ ଦେଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କରୋନା ଯୋଗୁଁ ଚାରି ଲକ୍ଷ ୫୧ ହଜାର ୮୧୪ ଜଣଙ୍କର ମୃତ୍ୟୁ ହୋଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୯୭ କୋଟି ୧୪ ଲକ୍ଷ ୩୮ ହଜାର ୫୫୩ ଡୋଜ କରୋନା ଟିକା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୦ ଲକ୍ଷ ୨୬ ହଜାର ୪୮୩ ଡୋଜ୍ କୋଭିଡ୍ ଟିକା ଦିଆଯାଇଥିଲା।