କରୋନା ଅପଡେଟ୍: ଦେଶରେ ଆଉ ୧୦,୧୯୭ ନୂଆ ମାମଲା ଚିହ୍ନଟ, ୩୦୧ ମୃତ | News Room Odisha

କରୋନା ଅପଡେଟ୍: ଦେଶରେ ଆଉ ୧୦,୧୯୭ ନୂଆ ମାମଲା ଚିହ୍ନଟ, ୩୦୧ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୧୦,୧୯୭ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଦିନକରେ ଏହି ରୋଗରେ ୩୦୧ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ଏକ ଲକ୍ଷ ୨୮ ହଜାର ୫୫୫ ରହିଛି। ବଡ଼ କଥା ହେଉଛି ୫୨୭ ଦିନ ପରେ ଦେଶରେ କରୋନାର ସର୍ବନିମ୍ନ ସକ୍ରିୟ ମାମଲା ରେକର୍ଡ କରାଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୪ ଲକ୍ଷ ୬୪ ହଜାର ୧୫୩ କୁ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ଏପର୍ୟ୍ୟନ୍ତ ସମୁଦାୟ ୩ କୋଟି ୩୮ ଲକ୍ଷ ୭୩ ହଜାର ୮୯୦ ଲୋକ ସଂକ୍ରମଣମୁକ୍ତ ହୋଇଛନ୍ତି। ଏଥି ସହିତ, ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୧୧୩ କୋଟିରୁ ଅଧିକ ଡୋଜ୍ କରୋନା ଟିକା ଦିଆଯାଇଛି। ଗତକାଲି ଆଉ ୬୭ ଲକ୍ଷ ୮୨ ହଜାର ୪୨ ଡୋଜ ଦିଆଯାଇଥିଲା । ଦେଶରେ ଏପର୍ଯ୍ୟନ୍ତ ମୋଟ ୧୧୩ କୋଟି ୬୮ ଲକ୍ଷ ୭୯ ହଜାର ୬୮୫ ଡୋଜ ଟିକା ଦିଆଯାଇଛି।

COVID-19