କରୋନା ଅପଡେଟ୍: କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ଆଉ ୧୦,୪୨୩ ମାମଲା | News Room Odisha

କରୋନା ଅପଡେଟ୍: କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ଆଉ ୧୦,୪୨୩ ମାମଲା

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣର ଗତି କ୍ରମାଗତ ଶିଥିଳ ପଡ଼ିବାରେ ଲାଗିଛି | କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୧୦,୪୨୩ ନୂଆ ମାମଲା ରୁଜୁ ହୋଇଛି, ଯାହା ଫେବୃଆରୀ ଦ୍ବିତୀୟ ସପ୍ତାହ ପରେ ସର୍ବନିମ୍ନ । ଏହା ସହିତ ଆଉ ୧୫,୦୨୧ ରୋଗୀ ସୁସ୍ଥ ହୋଇଛନ୍ତି। ଦିନକରେ ଏହି ରୋଗରେ ୪୪୩ ଜଣଙ୍କ ମୃତ୍ୟୁ ହୋଇଛି।

କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଦେଶରେ ମୋଟ କରୋନା ମାମଲା ୩,୪୨,୯୬,୨୩୭କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ସକ୍ରିୟ ମାମଲା ୧,୫୩,୭୭୬କୁ ଖସିଆସିଛି ଯାହା ୨୫୦ ଦିନରେ ସର୍ବନିମ୍ନ ଅଟେ | ଦେଶରେ ଏଯାବତ୍ ୩,୩୬,୮୩,୫୮୧ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି | ଏପର୍ଯ୍ୟନ୍ତ ଏହି ମହାମାରୀରେ ୪,୫୮,୮୮୦ ରୋଗୀଙ୍କର ମୃତ୍ୟୁ ଘଟିଛି।

COVID-19