କରୋନା ଅପଡେଟ୍: ଦିନକରେ ଆଉ ୧୦,୫୪୯ ନୂଆ ମାମଲା, ୪୮୮ ମୃତ | News Room Odisha

କରୋନା ଅପଡେଟ୍: ଦିନକରେ ଆଉ ୧୦,୫୪୯ ନୂଆ ମାମଲା, ୪୮୮ ମୃତ

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୦,୫୪୯ ନୂଆ ମାମଲା ଚିହ୍ନଟ ହୋଇଛି । ଗତକାଲି ତୁଳନାରେ ଆଜି ୧୫.୭ ପ୍ରତିଶତ ଅଧିକ ମାମଲା ଆସିଛି। ଏହି ଘାତକ ରୋଗରେ ଆଉ ୪୮୮ ଜଣଙ୍କର ମୃତ୍ୟୁ ହୋଇଛି। ନୂତନ ମାମଲା ଯୋଡିବା ପରେ, ମୋଟ ମାମଲା ୩୪,୫୫୫,୪୩୧ ରେ ପହଞ୍ଚିଥିବାବେଳେ ସକ୍ରିୟ ମାମଲା ସଂଖ୍ୟା ୧୧୦,୧୩୩ ବୋଲି ରିପୋର୍ଟ କରାଯାଇଛି। ଦିନକରେ କରୋନାରୁ ଆଉ ୯,୮୬୮ ଲୋକ ସୁସ୍ଥ ହୋଇଛନ୍ତି ।

ଦେଶରେ ସମୁଦାୟ ୩୩,୯୭୭,୮୩୦ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ସଦ୍ୟ ପରିସଂଖ୍ୟାନ ଅନୁଯାୟୀ, ଏଯାବତ ୪୬୭,୪୬୮ ଲୋକଙ୍କ କରୋନାରେ ମୃତ୍ୟୁ ହୋଇଛି । ଗୋଟିଏ ପଟେ ସଂକ୍ରମଣ କମୁଥିବା ବେଳେ ଅନ୍ୟ ପଟେ ଦେଶରେ ଟିକାକରଣର ବୃଦ୍ଧି ପାଇବାରେ ଲାଗିଛି।
ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୮୩,୮୮,୮୨୪ ଡୋଜ୍ ଟିକା ଦିଆଯାଇଛି। ଏଥିସହିତ ଦେଶରେ ଏଯାବତ୍ ୧୨୦,୨୭,୦୩,୬୫୯ ଡୋଜ୍ ଟିକା ଦିଆଯାଇଛି ।

COVID-19