କରୋନା ଅପଡେଟ୍: ଭାରତରେ ୧୦,୭୨୫ ନୂଆ ମାମଲା, ୩୬ ମୃତ | News Room Odisha

କରୋନା ଅପଡେଟ୍: ଭାରତରେ ୧୦,୭୨୫ ନୂଆ ମାମଲା, ୩୬ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୦,୭୨୫ ନୂଆ କରୋନା ମାମଲା ରିପୋର୍ଟ ହୋଇଛି । ଏଥିସହ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪,୪୩,୭୮,୯୨୦କୁ ବୃଦ୍ଧି ପାଇଥିବାବେଳେ ଚିକିତ୍ସାଧୀନ ବା ସକ୍ରିୟ ରୋଗୀଙ୍କ ସଂଖ୍ୟା ୯୪,୦୪୭କୁ‌ ହ୍ରାସ ପାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଗୁରୁବାର ସକାଳ ୮ ଟାରେ ପ୍ରକାଶିତ ଅଦ୍ୟତନ ତଥ୍ୟ ଅନୁଯାୟୀ ଦେଶରେ କୋଭିଡ୍ ଯୋଗୁଁ ଆଉ ୩୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୫,୨୭,୪୮୮କୁ ବୃଦ୍ଧି ପାଇଛି।

ଦେଶରେ କୋଭିଡ-୧୯ ପାଇଁ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୯୪,୦୪୭ କୁ ହ୍ରାସ ପାଇଛି, ଯାହାକି ମୋଟ ରୋଗର ୦.୨୧ ପ୍ରତିଶତ ଅଟେ। ଗତ ୨୪ ଘଣ୍ଟା ମଧ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟାରେ ୨,୩୯୫ ହ୍ରାସ ଘଟିଛି। ରୋଗୀଙ୍କ ଜାତୀୟ ଆରୋଗ୍ୟ ହାର ୯୮.୬୦ ପ୍ରତିଶତକୁ ବୃଦ୍ଧି ପାଇଛି।