କରୋନା ଅପଡେଟ୍: ଦେଶରେ ୧୦,୮୫୩ ନୂଆ ମାମଲା, ୫୨୬ ମୃତ | News Room Odisha

କରୋନା ଅପଡେଟ୍: ଦେଶରେ ୧୦,୮୫୩ ନୂଆ ମାମଲା, ୫୨୬ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ତେବେ କିଛି ଅଞ୍ଚଳର ସ୍ଥିତିରେ ଅବନତି ଦେଖାଦେଇଛି । ଗତ ୨୪ ଘଣ୍ଟାରେ ୧୦,୮୫୩ ନୂଆ କରୋନା ମାମଲା ରୁଜୁ ହୋଇଛି। ଦିନକରେ ଏହି ରୋଗରେ ଆଉ ୫୨୬ ଜଣଙ୍କର ମୃତ୍ୟୁ ଘଟିଛି । ଏହା ପରେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୬୦ ହଜାର ୭୯୧କୁ ବୃଦ୍ଧି ପାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୧୨ ହଜାର ୪୩୨ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ବର୍ତ୍ତମାନ ଦେଶରେ ମୋଟ ସକ୍ରିୟ ମାମଲା ସଂଖ୍ୟା ଏକ ଲକ୍ଷ ୪୪ ହଜାର ୮୪୫ କୁ ଖସି ଆସିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୩ କୋଟି ୩୭ ଲକ୍ଷ ୪୯ ହଜାର ୯୦୦ ଲୋକ ଆରୋଗ୍ୟ ଲାଭ କରିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତକାଲି ଦେଶରେ ୨୮ ଲକ୍ଷ ୪୦ ହଜାର ୧୭୪ ଡୋଜ କରୋନା ଦିଆଯାଇଛି। ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୧୦୮ କୋଟି ୨୧ ଲକ୍ଷ ୬୬ ହଜାର ୩୬୫ ଟିକା ଡୋଜ୍ ଦିଆଯାଇଛି।

COVID-19