କରୋନା ଅପଡେଟ୍: ଦିନକରେ ୧୧,୧୦୬ ନୂଆ ମାମଲା, ୪୫୯ ଜଣଙ୍କ ମୃତ୍ୟୁ | News Room Odisha

କରୋନା ଅପଡେଟ୍: ଦିନକରେ ୧୧,୧୦୬ ନୂଆ ମାମଲା, ୪୫୯ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସର ପ୍ରକୋପ କମିଥିଲେ ମଧ୍ୟ ବିପଦ ସମ୍ପୂର୍ଣ୍ଣ ଟଳି ନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧,୧୦୬ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଦିନକରେ ଏହି ରୋଗରେ ୪୫୯ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ହେଉଛି ଏକ ଲକ୍ଷ ୨୬ ହଜାର ୬୨୦ ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରେ ୧୨, ୭୮୯ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଅନ୍ୟପକ୍ଷରେ ଏହି ମହାମାରୀରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୪ ଲକ୍ଷ ୬୫ ହଜାର ୮୨ କୁ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ଏପର୍ଯ୍ୟନ୍ତ ସମୁଦାୟ ୩ କୋଟି ୩୮ ଲକ୍ଷ ୯୭ ହଜାର ୯୧୨ ଲୋକ ସୁସ୍ଥ ହୋଇଛନ୍ତି।

ଦେଶବ୍ୟାପୀ ଟିକାକରଣ ଅଭିଯାନରେ ଏପର୍ଯ୍ୟନ୍ତ ୧୧୫ କୋଟିରୁ ଅଧିକ କରୋନା ଡୋଜ୍ ଟିକା ଦିଆଯାଇଛି। ଗତକାଲି ୭୨ ଲକ୍ଷ ୯୪ ହଜାର ୮୬୪ ଡୋଜ୍ ଦିଆଯାଇଥିଲା, ଯାହା ପରେ ମୋଟ ଟିକାକରଣ ସଂଖ୍ୟା ୧୧୫ କୋଟି ୨୩ ଲକ୍ଷ ୪୯ ହଜାର ୩୫୮ ଡୋଜରେ ପହଞ୍ଚିଛି।

COVID-19