କରୋନା ଅପଡେଟ୍: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧,୫୩୯ ନୂଆ ମାମଲା | News Room Odisha

କରୋନା ଅପଡେଟ୍: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧,୫୩୯ ନୂଆ ମାମଲା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧,୫୩୯ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଦେଶରେ ଏବେ ସକ୍ରିୟ ମାମଲା ୯୯,୮୭୯ ରହିଛି । ଦିନକ ପୂର୍ବରୁ (ଅଗଷ୍ଟ ୨୦)ରେ ୧୩,୨୭୨ କରୋନା ମାମଲା ପଞ୍ଜିକୃତ ହୋଇଥିଲା।

ଦିନକରେ ଆଉ ୧୩,୯୦୦ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ଦୈନିକ ପଜିଟିଭିଟି ହାର ୪.୨୧ ପ୍ରତିଶତ ରହିଥିବା ବେଳେ କରୋନାରୁ ସୁସ୍ଥତା ହାର ୯୮.୫୮ ପ୍ରତିଶତ ରହିଛି। ବର୍ତ୍ତମାନ ସକ୍ରିୟ ମାମଲା ସଂଖ୍ୟା ଏକ ଲକ୍ଷ ତଳକୁ ଖସି ଆସିଛି।

କରୋନାରୁ ଏପର୍ଯ୍ୟନ୍ତ ୪,୩୭,୧୨,୨୧୮ ଲୋକ ଆରୋଗ୍ୟ ଲାଭ କରିଛନ୍ତି । କରୋନା ଯୋଗୁଁ ଦେଶରେ ୫,୨୭,୩୩୨ ଲୋକଙ୍କର ମୃତ୍ୟୁ ହୋଇଛି । ଟିକାକରଣ ବିଷୟରେ କହିବାକୁ ଗଲେ ଏପର୍ଯ୍ୟନ୍ତ ଭାରତରେ ୨,୦୯,୬୭,୦୬,୮୯୫ ଡୋଜ କରୋନା ଟିକା ଦିଆଯାଇଛି।