କରୋନା ଅପଡେଟ୍: ଦେଶରେ ୧୧,୮୫୦ ନୂଆ ମାମଲା, ୫୫୫ ମୃତ | News Room Odisha

କରୋନା ଅପଡେଟ୍: ଦେଶରେ ୧୧,୮୫୦ ନୂଆ ମାମଲା, ୫୫୫ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୧,୮୫୦ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଏହି ରୋଗରେ ଆଉ ୫୫୫ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ଏକ ଲକ୍ଷ ୩୬ ହଜାର ୩୦୮ ରହିଛି |

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଦେଶରେ ମୋଟ କରୋନା ମାମଲା ୩ କୋଟି ୪୪ ଲକ୍ଷ ୨୬ ହଜାର ୩୬କୁ ବୃଦ୍ଧି ପାଇଛି | ଏଥି ସହିତ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ୩୬ ହଜାର ୩୦୮କୁ ଖସି ଆସିଛି। ଏହି ମହାମାରୀରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୪ ଲକ୍ଷ ୬୩ ହଜାର ୨୪୫ରେ ପହଞ୍ଚିଛି ।

ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୧୧୧ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି। ଗତକାଲି ୫୮ ଲକ୍ଷ ୪୨ ହଜାର ୫୩୦ ଡୋଜ୍ ଟିକା ଦିଆଯାଇଥିଲା, ଯାହା ପରେ ମୋଟ ଟିକାକରଣ ସଂଖ୍ୟା ୧୧୧ କୋଟି ୪୦ ଲକ୍ଷ ୪୮ ହଜାର ୧୩୪ରେ ପହଞ୍ଚିଛି ।