ପୁଣି ବଢ଼ିଲା ଦୈନିକ ସଂକ୍ରମଣ, ଦେଶରେ ୧୨,୫୯୧ ନୂଆ କରୋନା ରୋଗୀ, ସକ୍ରିୟ ମାମଲା ୬୫ ହଜାର ଟପିଲା | News Room Odisha

ପୁଣି ବଢ଼ିଲା ଦୈନିକ ସଂକ୍ରମଣ, ଦେଶରେ ୧୨,୫୯୧ ନୂଆ କରୋନା ରୋଗୀ, ସକ୍ରିୟ ମାମଲା ୬୫ ହଜାର ଟପିଲା

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଦ୍ୱିତୀୟ ଦିନ ଧରି ଦୈନିକ କରୋନା ମାମଲାରେ ବୃଦ୍ଧି ରେକର୍ଡ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୨,୫୯୧ ନୂଆ ମାମଲା ଆସିଛି । ଏଥିସହ ସକ୍ରିୟ ମାମଲା ବର୍ତ୍ତମାନ ୬୫ ହଜାର ଟପିଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୬୫୨୮୬କୁ ବୃଦ୍ଧି ପାଇଛି। ଦିନକରେ ଆଉ ୧୦,୮୨୭ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି ।

କ୍ରମାଗତ ଦ୍ୱିତୀୟ ଦିନ ଦୈନିକ ସଂକ୍ରମଣରେ ବୃଦ୍ଧି ଘଟିଛି । ଗତକାଲି (ଏପ୍ରିଲ ୧୯) ମୋଟ ୧୦,୫୪୨ ମାମଲା ରିପୋର୍ଟ ହୋଇଥିଲା । ଏପ୍ରିଲ ୧୮ରେ ଏହି ସଂଖ୍ୟା ୭,୬୩୩ ଥିବାବେଳେ ଏପ୍ରିଲ ୧୭ରେ ୯,୧୧୧ ମାମଲା ଆସିଥିଲା ।