ଦେଶରେ ୨୪ ଘଣ୍ଟାରେ ୧,୨୬୦ ନୂଆ କରୋନା ମାମଲା, ୮୩ ମୃତ | News Room Odisha

ଦେଶରେ ୨୪ ଘଣ୍ଟାରେ ୧,୨୬୦ ନୂଆ କରୋନା ମାମଲା, ୮୩ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୧,୨୬୦ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଏଥିସହିତ ୧,୪୦୪ ଜଣଙ୍କୁ ଡିସଚାର୍ଜ କରାଯାଇଥିଲା। ୮୩ ଜଣଙ୍କ ମୃତ୍ୟୁ ପରେ ବର୍ତ୍ତମାନ କରୋନାରୁ ମୋଟ ମୃତ୍ୟୁ ସଂଖ୍ୟା ୫,୨୧,୨୬୪ ରେ ପହଞ୍ଚିଛି। ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ ୧୩,୪୪୫ ସକ୍ରିୟ ମାମଲା ରହିଛି ଏବଂ ୪,୨୪,୯୨,୩୨୬ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି। ୧,୨୬୦ ମାମଲା ଆସିବା ପରେ ଦେଶରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୪,୩୦,୨୭,୦୩୫ କୁ ବୃଦ୍ଧି ପାଇଛି ।

ସରକାରୀ ତଥ୍ୟ ଅନୁଯାୟୀ, ଏପର୍ଯ୍ୟନ୍ତ ୪ କୋଟି ୨୪ ଲକ୍ଷ ୯୨ ହଜାର ୩୨୬ ଲୋକ ସୁସ୍ଥ ହୋଇଛନ୍ତି। ଗତକାଲି ତୁଳନାରେ ଆଜି କରୋନା ମାମଲାରେ ସାମାନ୍ୟ ହ୍ରାସ ଘଟିଛି । ଗତକାଲି ୧,୩୩୫ ସଂକ୍ରମିତ ଚିହ୍ନଟ ହୋଇଥିଲେ ଏବଂ ୫୨ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିଲା। ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ଏ ଯାବତ୍ ୧୮୪ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି।