କରୋନା ଅପଡେଟ୍: ଭାରତରେ ୧୨,୬୦୮ ନୂଆ ମାମଲା, ୭୨ ମୃତ | News Room Odisha

କରୋନା ଅପଡେଟ୍: ଭାରତରେ ୧୨,୬୦୮ ନୂଆ ମାମଲା, ୭୨ ମୃତ

ନୂଆଦିଲ୍ଲୀ: ଦିନକରେ ଭାରତରେ ୧୨,୬୦୮ ନୂଆ କରୋନା ମାମଲା ରିପୋର୍ଟ ହୋଇଛି । ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪,୪୨,୯୮,୮୬୪କୁ ବୃଦ୍ଧି ପାଇଛି। ଏଥି ସହିତ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧,୦୧,୩୪୩ କୁ ହ୍ରାସ ପାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଗୁରୁବାର ସକାଳ ୮ ଟାରେ ପ୍ରକାଶିତ ଅଦ୍ୟତନ ତଥ୍ୟ ଅନୁଯାୟୀ ଦେଶରେ ୭୨ ଜଣଙ୍କର ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୫,୨୭,୨୦୬କୁ ବୃଦ୍ଧି ପାଇଛି। ଦେଶରେ କୋଭିଡ୍ ପାଇଁ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧,୦୧,୩୪୩ କୁ ହ୍ରାସ ପାଇଛି, ଯାହାକି ମୋଟ ମାମଲାର ୦.୨୩ ପ୍ରତିଶତ । ଗତ ୨୪ ଘଣ୍ଟା ମଧ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୬୪୭କୁ ହ୍ରାସ ପାଇଛି। ରୋଗୀଙ୍କ ଜାତୀୟ ଆରୋଗ୍ୟ ହାର ୯୮.୫୮ ପ୍ରତିଶତ ।

ଅପଡେଟ୍ ହୋଇଥିବା ତଥ୍ୟ ଅନୁଯାୟୀ, ଦୈନିକ ସଂକ୍ରମଣ ହାର ୩.୪୮ ପ୍ରତିଶତ ହୋଇଥିବାବେଳେ ସାପ୍ତାହିକ ସଂକ୍ରମଣ ହାର ୪.୨୦ ପ୍ରତିଶତ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ ମୋଟ ୪,୩୬,୭୦,୩୧୫ ଲୋକ ସଂକ୍ରମଣମୁକ୍ତ ହୋଇଛନ୍ତି ଏବଂ କୋଭିଡ-୧୯ରୁ ମୃତ୍ୟୁ ହାର ୧.୧୯ ପ୍ରତିଶତ ରହିଛି। ଅନ୍ୟପକ୍ଷରେ ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୨୦୮.୯୫ କୋଟି ଟିକା ଦିଆଯାଇଛି।