କରୋନା ଅପଡେଟ୍: ଭାରତରେ ଗତ ୨୪ ଘଣ୍ଟାରେ ୧୨,୭୫୧ ମାମଲା, ୨୯ ମୃତ | News Room Odisha

କରୋନା ଅପଡେଟ୍: ଭାରତରେ ଗତ ୨୪ ଘଣ୍ଟାରେ ୧୨,୭୫୧ ମାମଲା, ୨୯ ମୃତ

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨,୭୫୧ ନୂଆ କରୋନା ମାମଲା ରିପୋର୍ଟ ହେଉଥିବା ବେଳେ ୨୯ ଜଣଙ୍କର ମୃତ୍ୟୁ ହୋଇଛି। ଏଥି ସହିତ, ସକ୍ରିୟ ମାମଲା ସଂଖ୍ୟା ହେଉଛି ୧ ଲକ୍ଷ ୩୧ ହଜାର ୮୦୭କୁ ବୃଦ୍ଧି ପାଇଛି। କୋଭିଡରୁ ଆଉ ୧୬,୪୧୨ ଲୋକ ଆରୋଗ୍ୟ ଲାଭ କରିଛନ୍ତି । ଦେଶରେ କରୋନାର ପଜିଟିଭିଟି ହାର ୩.୫୦% ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ କରୋନାରୁ ୪,୩୫,୧୬,୦୭୧ ଜଣ ଲୋକ ଆରୋଗ୍ୟ ହୋଇଛନ୍ତି। ଏହି ମହାମାରୀରେ ଏପର୍ଯ୍ୟନ୍ତ ୫,୨୬,୭୭୨ ମୃତ୍ୟୁ ଘଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୨, ୦୬,୮୮,୪୯,୭୭ ଲୋକଙ୍କୁ କରୋନା ଟିକା ଦିଆଯାଇଛି।