କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ୧୩,୨୧୬ ନୂଆ ମାମଲା, ୨୩ ମୃତ | News Room Odisha

କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ୧୩,୨୧୬ ନୂଆ ମାମଲା, ୨୩ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣର ଉପରମୁହାଁ ଗତି ଜାରି ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟାରେ କୋଭିଡ-୧୯ ର ୧୩,୨୧୬ ନୂଆ ମାମଲା ରିପୋର୍ଟ ହୋଇଛି । ନୂଆ ମାମଲାକୁ ମିଶାଇ ଦେଶରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪,୩୨,୮୩,୭୯୩ କୁ ବୃଦ୍ଧି ପାଇଛି। ଏହି ସମୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୬୮,୧୦୮କୁ ବୃଦ୍ଧି ପାଇଛି ।

୧୧୩ ଦିନ ପରେ ପ୍ରଥମ ଥର ପାଇଁ ଦେଶରେ ଦୈନିକ ସଂକ୍ରମଣ ୧୩,୦୦୦ ଟପିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଶନିବାର ସକାଳ ୮ ଟା ସୁଦ୍ଧା ପ୍ରକାଶିତ ଅଦ୍ୟତନ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସଂକ୍ରମଣ ଯୋଗୁଁ ୨୩ ଜଣଙ୍କର ମୃତ୍ୟୁ ହୋଇଛି । ଏଥସହ ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୫,୨୪,୮୪୦ କୁ ବୃଦ୍ଧି ପାଇଛି।

ମନ୍ତ୍ରଣାଳୟ କହିଛି ଯେ ଦେଶରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୬୮,୧୦୮ କୁ ବୃଦ୍ଧି ପାଇଛି, ଯାହା ମୋଟ ରୋଗର ୦.୧୬ ପ୍ରତିଶତ ଅଟେ। ଦେଶରେ ସୁସ୍ଥତା ହାର ୯୮.୬୩ ପ୍ରତିଶତ ଏବଂ କୋଭିଡ-୧୯ ମୃତ୍ୟୁ ହାର ୧.୨୧ ପ୍ରତିଶତ ରହିଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ଦୈନିକ ସଂକ୍ରମଣ ହାର ୨.୭୩ ପ୍ରତିଶତ ଥିବାବେଳେ ସାପ୍ତାହିକ ସଂକ୍ରମଣ ହାର ୨.୪୭ ପ୍ରତିଶତ ଅଟେ। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ ୪,୨୬,୮୨,୬୯୭ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି।

ମନ୍ତ୍ରଣାଳୟ କହିଛି ଯେ ସଂକ୍ରମଣରୁ ମୁକ୍ତି ପାଇଥିବା ଲୋକଙ୍କ ସଂଖ୍ୟା ୪,୨୬,୯୦,୮୪୫ କୁ ବୃଦ୍ଧି ପାଇଛି।

ଅପରପକ୍ଷରେ ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ ୧୯୬ କୋଟିରୁ ଅଧିକ ଡୋଜ୍ କୋଭିଡ୍-୧୯ ଟିକା ଦିଆଯାଇଛି।