କରୋନା ଅପଡେଟ୍: ୨୪ ଘଣ୍ଟାରେ ଆଉ ୧୪,୩୦୬ ନୂଆ ମାମଲା ଚିହ୍ନଟ, ୪୪୩ ମୃତ | News Room Odisha

କରୋନା ଅପଡେଟ୍: ୨୪ ଘଣ୍ଟାରେ ଆଉ ୧୪,୩୦୬ ନୂଆ ମାମଲା ଚିହ୍ନଟ, ୪୪୩ ମୃତ

ନୂଆଦିଲ୍ଲୀ: ଦେଶରେ ଗୋଟିଏ ଦିନରେ ୧୫ ହଜାରରୁ କମ୍ ମାମଲା ପଞ୍ଜିକୃତ ହେଉଛି। ସୋମବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୪,୩୦୬ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ​​ଦିନକରେ ଆଉ ୪୪୩ କରୋନା ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି। ଏହାଛଡ଼ା ୧୮୭୬୨ ଲୋକ ମଧ୍ୟ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ଫଳରେ ୪୮୯୯ ସକ୍ରିୟ ମାମଲା ହ୍ରାସ ପାଇଛି |

କରୋନା ମହାମାରୀ ଆରମ୍ଭରୁ ଏଯାବତ୍ ଦେଶରେ ମୋଟ ତିନି କୋଟି ୪୧ ଲକ୍ଷ ୮୯ ହଜାର ଲୋକ ସଂକ୍ରମିତ ହୋଇଛନ୍ତି। ଏଥିମଧ୍ୟରୁ ୪ ଲକ୍ଷ ୫୪ ହଜାର ୭୧୨ ଜଣଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ୩ କୋଟି ୪୫ ଲକ୍ଷ ୬୮ ହଜାର ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ କରୋନା ସକ୍ରିୟ ମାମଲା ସଂଖ୍ୟା ଦୁଇ ଲକ୍ଷରୁ କମ୍ ରହିଛି। ସମୁଦାୟ ୧ ଲକ୍ଷ ୬୭ ହଜାର ୬୯୫ ଲୋକ ଏବେବି ଚିକିତ୍ସାଧୀନ ଅଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଅକ୍ଟୋବର ୨୪ ପର୍ଯ୍ୟନ୍ତ ସାରା ଦେଶରେ ୧୦୨ କୋଟି ୨୭ ଲକ୍ଷ ୧୨ ହଜାର ଡୋଜ କରୋନା ଟିକା ଦିଆଯାଇଛି। ଗତ ୨୪ ଘଣ୍ଟାରେ ୧୨.୩୦ ଲକ୍ଷ ଟିକା ଦିଆଯାଇଛି। ଏଥି ସହିତ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଅନୁଯାୟୀ ଏପର୍ଯ୍ୟନ୍ତ ପ୍ରାୟ ୬୦ କୋଟି କରୋନା ପରୀକ୍ଷା କରାଯାଇଛି। ଗତକାଲି ୧୨ ଲକ୍ଷ କରୋନା ନମୁନା ପରୀକ୍ଷା କରାଯାଇଥିଲା, ଯାହାର ପଜିଟିଭିଟି ହାର ହେଉଛି ୩ ପ୍ରତିଶତରୁ କମ୍ |

COVID-19COVID-19 Positive Cases in India