କରୋନା ଅପଡେଟ୍: ୨୪ ଘଣ୍ଟାରେ ଆଉ ୧୪,୬୨୩ ନୂଆ ମାମଲା ଚିହ୍ନଟ, ୧୯୭ ମୃତ | News Room Odisha

କରୋନା ଅପଡେଟ୍: ୨୪ ଘଣ୍ଟାରେ ଆଉ ୧୪,୬୨୩ ନୂଆ ମାମଲା ଚିହ୍ନଟ, ୧୯୭ ମୃତ

ନୂଆଦିଲ୍ଲୀ: ଆଜି ଦେଶରେ କରୋନା ମାମଲାରେ ସାମାନ୍ୟ ବୃଦ୍ଧି ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୪,୬୨୩ ନୂଆ ମାମଲା ରୁଜୁ ହୋଇଛି। ଏହାଛଡ଼ା ଦିନକରେ ୧୯୭ ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୯୨ ହଜାର ୬୫୧କୁ ବୃଦ୍ଧି ପାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ ଦେଶରେ ସମ୍ପ୍ରତି ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଏକ ଲକ୍ଷ ୭୮ ହଜାର ୯୮କୁ ହ୍ରାସ ପାଇଛି। ଦେଶରେ ଗତ ୨୪ ଘଣ୍ଟାରେ ଆଉ ୧୯ ହଜାର ୪୪୬ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି, ଯାହା ପରେ ଏପର୍ଯ୍ୟନ୍ତ ତିନି କୋଟି ୩୪ ଲକ୍ଷ ୭୮ ହଜାର ୨୪୭ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ତିନି କୋଟି ୪୧ ଲକ୍ଷ ୮ ହଜାର ୯୯୬ ଟି କରୋନା ମାମଲା ରୁଜୁ ହୋଇଛି।

ଗତକାଲି ୪୧ ଲକ୍ଷ ୩୬ ହଜାର ୧୪୨ ଡୋଜ୍ ଟିକା ଦିଆଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଯାହା ପରେ ଦେଶରେ ୯୯ କୋଟି ୧୨ ଲକ୍ଷ ୮୨ ହଜାର ୨୮୩ ଡୋଜ କରୋନା ଟିକା ଦିଆଯାଇଛି। ଟିକାକରଣରେ ଭାରତ ଖୁବ ଶୀଘ୍ର ୧୦୦ କୋଟି ମାଇଲଖୁଣ୍ଟ ଅତିକ୍ରମ କରିବାକୁ ଯାଉଛି।