କୋଭିଡ୍ ଭୟ ମଧ୍ୟରେ ଭାରତରେ ଆସିଲା ଏତିକି ନୂଆ ମାମଲା | News Room Odisha

କୋଭିଡ୍ ଭୟ ମଧ୍ୟରେ ଭାରତରେ ଆସିଲା ଏତିକି ନୂଆ ମାମଲା

ନୂଆଦିଲ୍ଲୀ: ଚୀନ୍, ଜାପାନ, ବ୍ରାଜିଲ ଓ ଆମେରିକା ଭଳି ଦେଶରେ କରୋନା ବିସ୍ଫୋରଣ ମଧ୍ୟରେ ଭାରତରେ କୋଭିଡ୍ ସ୍ଥିତି ଏଯାବତ୍ ନିୟନ୍ତ୍ରଣରେ ରହିଛି । ତଥାପି ସମ୍ଭାବ୍ୟ ନୂଆ ଲହରର ମୁକାବିଲା ପାଇଁ କେନ୍ଦ୍ର ଓ ସବୁ ରାଜ୍ୟ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫୭ ନୂଆ ମାମଲା ଆସିଛି, ଯାହା ଗତକାଲି ତୁଳନାରେ କମ୍ । ସୋମବାର ୧୯୬ ମାମଲା ରିପୋର୍ଟ ହୋଇଥିଲା ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୪୨୧କୁ ବୃଦ୍ଧି ପାଇଛି।

ଭାରତରେ କୋଭିଡ୍-୧୯ର ମୋଟ ମାମଲା ୪,୪୬,୭୮,୩୭୯କୁ ବୃଦ୍ଧି ପାଇଛି। କୋଭିଡ ଯୋଗୁଁ ଆଉ ଦୁଇ ଜଣଙ୍କର ମୃତ୍ୟୁ ପରେ ଏହି ମହାମାରୀ ଜନିତ ମୃତ୍ୟୁ ସଂଖ୍ୟା ୫,୩୦,୬୯୫ରେ ପହଞ୍ଚିଛି। କରୋନାରୁ ଏଯାବତ୍ ୪,୪୧,୪୩,୧୭୯ ଲୋକ ସୁସ୍ଥ ହୋଇଛନ୍ତି ।