କରୋନା ଅପଡେଟ୍: ଭାରତରେ ଆଉ ୧୫,୮୧୫ ନୂଆ ମାମଲା, ୬୮ ମୃତ | News Room Odisha

କରୋନା ଅପଡେଟ୍: ଭାରତରେ ଆଉ ୧୫,୮୧୫ ନୂଆ ମାମଲା, ୬୮ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୫,୮୧୫ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଏହା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୪୨,୩୯,୩୭୨ କୁ ବୃଦ୍ଧି ପାଇଛି । ଦିନକରେ ଆଉ ୨୦,୦୧୮ ଲୋକ କୋଭିଡ -୧୯ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି। ଏପର୍ଯ୍ୟନ୍ତ ୪,୩୫,୯୩,୧୧୨ ଲୋକ କରୋନାକୁ ମାତ୍ ଦେଇଛନ୍ତି। ଦେଶରେ ବର୍ତ୍ତମାନ ୧,୧୯,୨୬୪ ସକ୍ରିୟ ବା ଚିକିତ୍ସାଧୀନ ରୋଗୀ ଅଛନ୍ତି। କରୋନା ଯୋଗୁଁ ଆଉ ୬୮ ଜଣଙ୍କର ପ୍ରାଣ ହରାଇଛନ୍ତି । ଏଥିସହ ମୋଟ କୋଭିଡ ମୃତ୍ୟୁ ୫,୨୬,୯୯୬କୁ ବୃଦ୍ଧି ପାଇଛି ।

ବର୍ତ୍ତମାନ ଭାରତରେ ଆରୋଗ୍ୟ ହାର ୯୮.୫୪ ପ୍ରତିଶତ ରହିଥିବା ବେଳେ ଦୈନିକ ସଂକ୍ରମଣ ହାର ୪.୩୬ ପ୍ରତିଶତ ରହିଛି। ଅନ୍ୟପକ୍ଷରେ ସାପ୍ତାହିକ ସଂକ୍ରମଣ ହାର ୪.୭୯ ପ୍ରତିଶତ ଅଟେ।

ଗତ ୨୪ ଘଣ୍ଟା ମଧ୍ୟରେ, ୨୪,୪୩,୦୬୪ ଡୋଜ୍ କରୋନା ଟିକା ଡୋଜ୍ ଦିଆଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ ୨୦୭.୭୧ କୋଟି ଡୋଜ ଟିକା ଦିଆଯାଇଛି ।