କରୋନା ଅପଡେଟ୍: ଦେଶରେ ଆଉ ୧୫,୮୨୩ ନୂଆ ମାମଲା, ୨୨୬ ମୃତ | News Room Odisha

କରୋନା ଅପଡେଟ୍: ଦେଶରେ ଆଉ ୧୫,୮୨୩ ନୂଆ ମାମଲା, ୨୨୬ ମୃତ

ନୂଆଦିଲ୍ଲୀ: ଗତକାଲି ଦେଶରେ କରୋନା ସଂକ୍ରମଣ କ୍ଷେତ୍ରରେ ହ୍ରାସ ଘଟିଥିଲା। ତେବେ ଗତକାଲି ତୁଳନାରେ ଆଜି ମାମଲା ପୁଣି ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫, ୮୨୩ ନୂଆ ମାମଲା ରିପୋର୍ଟ ହୋଇଛି। ଏହି ସମୟରେ ୨୨୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଗତକାଲି ଦେଶରେ ୧୪ ହଜାର ୩୧୩ ମାମଲା ପଞ୍ଜିକୃତ ହୋଇଥିଲା।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୨୨ ହଜାର ୮୪୪ ଲୋକ କରୋନା ମୁକ୍ତ ହୋଇଛନ୍ତି, ଯାହା ପରେ ସକ୍ରିୟ ମାମଲା ୨ ଲକ୍ଷ ୭ ହଜାର ୬୫୩ କୁ ହ୍ରାସ ପାଇଛି | ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ତିନି କୋଟି ୩୩ ଲକ୍ଷ ୪୨ ହଜାର ୯୦୧ ଲୋକ କରୋନାକୁ ମାତ୍ ଦେଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କରୋନା ଯୋଗୁଁ ଚାରି ଲକ୍ଷ ୫୧ ହଜାର ୧୮୯ ଜଣଙ୍କର ମୃତ୍ୟୁ ହୋଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଗତକାଲି ଦେଶରେ ୫୦ ଲକ୍ଷ ୬୩ ହଜାର ୮୪୫ ଡୋଜ କରୋନା ଟିକା ଦିଆଯାଇଛି। ଯାହା ପରେ ମୋଟ ଟିକାକରଣ ୯୬ କୋଟି ୪୩ ଲକ୍ଷ ୭୯ ହଜାର ୨୧୨କୁ ବୃଦ୍ଧି ପାଇଛି।

COVID-19