କରୋନା ଅପଡେଟ୍: ଦେଶରେ ୧୬,୦୪୭ ନୂଆ ମାମଲା, ୫୪ ମୃତ | News Room Odisha

କରୋନା ଅପଡେଟ୍: ଦେଶରେ ୧୬,୦୪୭ ନୂଆ ମାମଲା, ୫୪ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କୋଭିଡ -୧୯ ର ୧୬,୦୪୭ ନୂଆ ମାମଲା ରିପୋର୍ଟ ହୋଇଛି ଏବଂ ୫୪ ଜଣଙ୍କର ମୃତ୍ୟୁ ଘଟିଛି। ନୂଆ ମାମଲାକୁ ମିଶାଇ ଦେଶରେ ମୋଟ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୪,୧୯୦,୬୯୭କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ, ସକ୍ରିୟ ମାମଲା ୧୨୮,୨୬୧ କୁ ଆସିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୯,୫୩୯ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ମୋଟ ୪୩, ୫୩୫,୬୧୦ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। କରୋନା ଯୋଗୁଁ ଦେଶରେ ଏଯାବତ୍ ୫୨୬,୮୨୬ ଜଣଙ୍କର ମୃତ୍ୟୁ ହୋଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୧୫,୨୧,୪୨୯ ଟିକା ଡୋଜ୍ ଦିଆଯାଇଛି । ଏଥିସହ ମୋଟ ଟିକାକରଣ ୨,୦୭,୦୩,୭୧,୨୦୪ରେ ପହଞ୍ଚିଛି ।