କରୋନା ଅପଡେଟ୍: ଆହୁରି ଖସିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଆସିଲା ଏତିକି ମାମଲା | News Room Odisha

କରୋନା ଅପଡେଟ୍: ଆହୁରି ଖସିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଆସିଲା ଏତିକି ମାମଲା

ନୂଆଦିଲ୍ଲୀ: ଦେଶରେ କରୋନାର ତୃତୀୟ ଲହର ସଂକମ୍ରଣ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଆଜି ନୂଆ ମାମଲା ସହ ମୃତକଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ସୋମବାର ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟାରେ ୧୬,୦୫୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ୨୦୬ ଜଣଙ୍କର ମୃତ୍ୟୁ ହୋଇଛି, ଯାହା ଗତକାଲି ଠାରୁ ୪୦୦ କମ୍ ଅଟେ। ରବିବାର କରୋନା କାରଣରୁ ୬୭୩ ଜଣଙ୍କର ମୃତ୍ୟୁ ହୋଇଥିଲା।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ବର୍ତ୍ତମାନ ଦେଶରେ ୨.୦୨ ଲକ୍ଷ (୨,୦୨,୧୩୧) ସକ୍ରିୟ ମାମଲା ଅଛି। ଅନ୍ୟପକ୍ଷରେ ମହାମାରୀ ଆରମ୍ଭରୁ ସୁସ୍ଥ ହୋଇଥିବା ମୋଟ ରୋଗୀଙ୍କ ସଂଖ୍ୟା ୪.୨୧ କୋଟି (୪,୨୧,୨୪,୨୮୪) କୁ ବୃଦ୍ଧି ପାଇଛି । ଦୈନିକ ସଂକ୍ରମଣ ହାର ବିଷୟରେ କହିବାକୁ ଗଲେ ଏହା ୧.୯୩ ପ୍ରତିଶତ ରହିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଏଯାବତ ୧,୭୫,୪୬,୨୫,୭୧୦ ରୁ ଅଧିକ କରୋନା ଟିକା ଦିଆଯାଇଛି।

CovidCOVID-19