କରୋନା ଅପଡେଟ୍: ଦେଶରେ ୧୬,୧୬୭ ନୂଆ ମାମଲା | News Room Odisha

କରୋନା ଅପଡେଟ୍: ଦେଶରେ ୧୬,୧୬୭ ନୂଆ ମାମଲା

ନୂଆଦିଲ୍ଲୀ: ଭାରତରେ ଦିନକରେ ୧୬,୧୬୭ ନୂଆ କରୋନା ମାମଲା ରିପୋର୍ଟ ହୋଇଛି । ଏଥିସହ ଦେଶରେ ମୋଟ କୋଭିଡ୍ ସଂକ୍ରମଣ ୪,୪୧,୬୧,୮୯୯କୁ ବୃଦ୍ଧି ପାଇଛି। ଏହି ସମୟରେ, ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧,୩୪,୯୩୩ ରୁ ୧,୩୫,୫୧୦ କୁ ବୃଦ୍ଧି ପାଇଲା ।

ରବିବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଦ୍ୟତନ ତଥ୍ୟ ଅନୁଯାୟୀ, ଭାରତରେ କୋଭିଡ-୧୯ରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୫,୨୬,୭୩୦ କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ, ସକ୍ରିୟ ବା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ସମୁଦାୟ ସଂକ୍ରମଣର ୦.୩୧ ପ୍ରତିଶତ ରହିଛି । କୋଭିଡରୁ ଜାତୀୟ ଆରୋଗ୍ୟ ହାର ୯୮.୫୦ ପ୍ରତିଶତ ରେକର୍ଡ କରାଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କୋଭିଡ-୧୯ ସକ୍ରିୟ ରୋଗୀଙ୍କ ସଂଖ୍ୟାରେ ୫୭୭ ବୃଦ୍ଧି ଘଟିଛି।