କରୋନା ଅପଡେଟ୍: ଗତ ୨୪ ଘଣ୍ଟା ମଧ୍ୟରେ ୧୬,୯୩୫ ନୂଆ ମାମଲା, ସଂକ୍ରମଣ ହାର ୬.୪୮ ପ୍ରତିଶତକୁ ବୃଦ୍ଧି | News Room Odisha

କରୋନା ଅପଡେଟ୍: ଗତ ୨୪ ଘଣ୍ଟା ମଧ୍ୟରେ ୧୬,୯୩୫ ନୂଆ ମାମଲା, ସଂକ୍ରମଣ ହାର ୬.୪୮ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬, ୯୩୫ ନୂଆ କରୋନା ମାମଲା ରିପୋର୍ଟ ହୋଇଛି ଯାହା ଗତକାଲି ଠାରୁ ସାମାନ୍ୟ କମ୍ । ଏଥି ସହିତ ଏହି ସମୟ ମଧ୍ୟରେ ୫୧ ଜଣଙ୍କର ମୃତ୍ୟୁ ହୋଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ପୂର୍ବ ଦିନରେ ୧୬,୦୬୯ ରୋଗୀ ମଧ୍ୟ କରୋନାରୁ ଆରୋଗ୍ୟ ହୋଇଛନ୍ତି। ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୧ ଲକ୍ଷ ୪୪ ହଜାର ୨୬୪ କୁ ବୃଦ୍ଧି ପାଇଛି। ଏଥି ସହିତ, ଦୈନିକ ପଜିଟିଭିଟି ହାରରେ ମଧ୍ୟ ବୃଦ୍ଧି ଘଟିଛି । ବର୍ତ୍ତମାନ ପଜିଟିଭିଟି ହାର ୬.୪୮ ପ୍ରତିଶତରେ ପହଞ୍ଚିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ସୋମବାର ସକାଳ ୮ ଟାରେ ପ୍ରକାଶିତ ଅଦ୍ୟତନ ତଥ୍ୟ ଅନୁଯାୟୀ ଦେଶରେ ୫୧ ଜଣ ଲୋକଙ୍କ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୫,୨୫,୭୬୦କୁ ବୃଦ୍ଧି ପାଇଛି। ଦେଶରେ କୋଭିଡ-୧୯ ପାଇଁ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧,୪୪,୨୬୪ କୁ ବୃଦ୍ଧି ପାଇଛି, ଯାହାକି ମୋଟ ରୋଗର ୦.୩୩ ପ୍ରତିଶତ ଅଟେ। ଗତ ୨୪ ଘଣ୍ଟା ମଧ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୮୧୫ ବୃଦ୍ଧି ପାଇଛି। ରୋଗୀଙ୍କ ସୁସ୍ଥତା ହାର ୯୮.୪୭ ପ୍ରତିଶତ ରହିଛି ।