କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ଦେଶରେ ୧୭,୧୩୫ ନୂଆ ମାମଲା, ୪୭ ମୃତ | News Room Odisha

କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ଦେଶରେ ୧୭,୧୩୫ ନୂଆ ମାମଲା, ୪୭ ମୃତ

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୭,୧୩୫ କରୋନା ମାମଲା ରିପୋର୍ଟ ହୋଇଛି। ଗତକାଲି ତୁଳନାରେ ଏହି ମାମଲା ପ୍ରାୟ ଚାରି ହଜାର ଅଧିକ, ଅର୍ଥାତ୍ ଗତକାଲି ତୁଳନାରେ କରୋନା ମାମଲା ୨୪.୮ ପ୍ରତିଶତ ବୃଦ୍ଧି ହୋଇଥିବାବେଳେ ଆଉ ୪୭ ଜଣଙ୍କର ମୃତ୍ୟୁ ହୋଇଛି। ଦିନକ ପୂର୍ବରୁ ଦେଶରେ ୧୩,୭୩୪ ନୂଆ ମାମଲା ପଞ୍ଜିକୃତ ହୋଇଥିଲା ।

ଆଜି ଆସିଥିବା ମାମଲା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୪୦,୬୭,୧୪୪ କୁ ବୃଦ୍ଧି ପାଇଛି । ରିପୋର୍ଟ ଅନୁଯାୟୀ, ଭାରତରେ ସକ୍ରିୟ ମାମଲା ସଂଖ୍ୟା ୧,୩୭,୦୫୭ କୁ ହ୍ରାସ ପାଇଛି। ବୁଧବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଦେଶରେ କୋଭିଡ୍ ମୃତ୍ୟୁ ସଂଖ୍ୟା ୫,୨୬,୪୭୭ କୁ ବୃଦ୍ଧି ପାଇଛି ।