କରୋନା ଅପଡେଟ୍: ୨୦୦ ଦିନ ପରେ ୨୦ ହଜାରରୁ କମ୍ ମାମଲା, ଆଉ ୧୮,୭୯୫ ସଂକ୍ରମିତ ଚିହ୍ନଟ | News Room Odisha

କରୋନା ଅପଡେଟ୍: ୨୦୦ ଦିନ ପରେ ୨୦ ହଜାରରୁ କମ୍ ମାମଲା, ଆଉ ୧୮,୭୯୫ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ନୂଆ କରୋନା ମାମଲା କ୍ରମାଗତ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ୧୮ ହଜାର ୭୯୫ ନୂଆ ମାମଲା ରିପୋର୍ଟ ହୋଇଛି, ଯାହା ୨୦୦ ଦିନପରେ ସର୍ବନିମ୍ନ । ଦିନକରେ କରୋନରେ ୧୭୯ ଜଣଙ୍କର ମୃତ୍ୟୁ ହୋଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସଦ୍ୟତମ ତଥ୍ୟ ଅନୁଯାୟୀ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୬ ହଜାର ୩୦ ଲୋକ ସୁସ୍ଥ ହୋଇଛନ୍ତି | ଏଥିସହ ମୋଟ ସୁସ୍ଥ ଲୋକଙ୍କ ଲୋକଙ୍କ ସଂଖ୍ୟା ତିନି କୋଟି ୨୯ ଲକ୍ଷ ୫୮ ହଜାରକୁ ବୃଦ୍ଧି ପାଇଛି | ବର୍ତ୍ତମାନ ସକ୍ରିୟ ମାମଲା ୨ ଲକ୍ଷ ୯୨ ହଜାର ୧୦୬କୁ ଖସି ଆସିଛି। ତଥ୍ୟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ କରୋନା ମାମଲା ତିନି କୋଟି ୩୬ ଲକ୍ଷ ୯୭ ହଜାର ୫୮୧ ପଞ୍ଜିକରଣ ହୋଇଛି । ଏଥିମଧ୍ୟରୁ ଏପର୍ଯ୍ୟନ୍ତ ଚାରି ଲକ୍ଷ ୪୭ ହଜାର ୩୭୩ ଜଣଙ୍କର ମୃତ୍ୟୁ ଘଟିଛି।

ଗତକାଲି ଦେଶରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ କରୋନା ଟିକା ଦିଆଯାଇଥିଲା। ପଞ୍ଚମ ଥର ପାଇଁ ଦିନକରେ ଏକ କୋଟିରୁ ଅଧିକ ଟିକା ଦିଆଯାଇଛି। ଫଳରେ ଦେଶରେ ମୋଟ ଟୀକାକରଣ ସଂଖ୍ୟା ୮୬ କୋଟି ଅତିକ୍ରମ କରିଛି।