କରୋନା ଅପଡେଟ୍: ଦେଶରେ ଆଉ ୧୯,୪୦୬ ନୂଆ ମାମଲା, ୪୯ ମୃତ | News Room Odisha

କରୋନା ଅପଡେଟ୍: ଦେଶରେ ଆଉ ୧୯,୪୦୬ ନୂଆ ମାମଲା, ୪୯ ମୃତ

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟାରେ କୋଭିଡ-୧୯ର ଆଉ ୧୯,୪୦୬ ନୂଆ ମାମଲା ରିପୋର୍ଟ ହୋଇଛି । ଏଥିସହ ଦେଶରେ ମୋଟ ମାମଲା ୪,୪୧,୨୬,୯୯୪ କୁ ବୃଦ୍ଧି ପାଇଥିବାବେଳେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧,୩୫,୩୬୪ ରୁ ୧,୩୪,୭୯୩କୁ ହ୍ରାସ ପାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଶନିବାର ସକାଳ ୮ ଟା ପର୍ଯ୍ୟନ୍ତ ଅଦ୍ୟତନ ହୋଇଥିବା ତଥ୍ୟ ଅନୁଯାୟୀ, କୋଭିଡ-୧୯ କାରଣରୁ ଦେଶରେ ଆଉ ୪୯ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । ଫଳରେ ଭାରତରେ କୋଭିଡ୍ ଜନିତ ମୋଟ ମୃତ୍ୟୁ ସଂଖ୍ୟା ୫,୨୬,୬୪୯କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ସକ୍ରିୟ ବା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ସମୁଦାୟ ସଂକ୍ରମଣର ୦.୩୧ ପ୍ରତିଶତ ହୋଇଥିବାବେଳେ କୋଭିଡରୁ ଜାତୀୟ ଆରୋଗ୍ୟ ହାର ୯୮.୫୦ ପ୍ରତିଶତ ରହିଛି ।

ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟାରେ ୫୭୧ ହ୍ରାସ ରେକର୍ଡ କରାଯାଇଛି। ଦେଶରେ ଦୈନିକ ସଂକ୍ରମଣ ହାର ୪.୯୬ ପ୍ରତିଶତ ରହିଥିବାବେଳେ ସାପ୍ତାହିକ ହାର ୪.୬୩ ପ୍ରତିଶତରେ ରେକର୍ଡ କରାଯାଇଛି। ତଥ୍ୟ ଅନୁଯାୟୀ, ଦେଶରେ କରୋନାରୁ ଏଯାବତ୍ ପାଇଥିବା ଲୋକଙ୍କ ସଂଖ୍ୟା ୪,୩୪,୬୫,୫୫୨ କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ହାର ୧.୧୯ ପ୍ରତିଶତ ରହିଛି। ଅପରପକ୍ଷରେ ଦେଶବ୍ୟାପୀ ଟିକାକରଣ ଅଭିଯାନ ଅନ୍ତର୍ଗତ ଏପର୍ଯ୍ୟନ୍ତ ୨୦୫.୯୨ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି।