କରୋନା ଅପଡେଟ୍: ଦେଶରେ ଆଉ ୧୯,୭୪୦ ନୂଆ ଆକ୍ରାନ୍ତ ଚିହ୍ନଟ, ସକ୍ରିୟ ମାମଲା ୨୦୬ ଦିନ‌ ପରେ ସର୍ବନିମ୍ନ | News Room Odisha

କରୋନା ଅପଡେଟ୍: ଦେଶରେ ଆଉ ୧୯,୭୪୦ ନୂଆ ଆକ୍ରାନ୍ତ ଚିହ୍ନଟ, ସକ୍ରିୟ ମାମଲା ୨୦୬ ଦିନ‌ ପରେ ସର୍ବନିମ୍ନ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ସାରା ଦେଶରେ କରୋନାଭାଇରସର ମୋଟ ୧୯,୭୪୦ ଟି ନୂଆ ମାମଲା ରୁଜୁ ହୋଇଛି। ଏହା ସହିତ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୩୯ ଲକ୍ଷ ୩୫ ହଜାର ୩୦୯କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ କୋଭିଡ କାରଣରୁ ମୋଟ ୨୪୮ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କୋଭିଡ କାରଣରୁ ମୋଟ ୪ ଲକ୍ଷ ୫୦ ହଜାର ୩୭୫ ଜଣଙ୍କର ମୃତ୍ୟୁ ହୋଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ, ସାରା ଦେଶରେ ସକ୍ରିୟ ମାମଲା ୨,୩୬,୬୪୩ ରେକର୍ଡ କରାଯାଇଛି, ଯାହା ଗତ ୨୦୬ ଦିନ ମଧ୍ୟରେ ସର୍ବନିମ୍ନ ଅଟେ। ସକ୍ରିୟ ସଂକ୍ରମଣ ସମୁଦାୟ ସଂକ୍ରମଣର ଏକ ପ୍ରତିଶତରୁ କମ୍ ଅଟେ | ବର୍ତ୍ତମାନ ଏହା ୦.୭୦ ପ୍ରତିଶତ ରହିଛି, ଯାହା ମାର୍ଚ୍ଚ ୨୦୨୦ ଠାରୁ ସର୍ବନିମ୍ନ |

ବର୍ତ୍ତମାନ ଦେଶରେ ସୁସ୍ଥତା ହାର ୯୭.୯୭ ପ୍ରତିଶତ ରେକର୍ଡ କରାଯାଇଛି, ଯାହା ମାର୍ଚ୍ଚ ୨୦୨୦୨ ଠାରୁ ସର୍ବାଧିକ। ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ୨୩,୦୭୦ ରୋଗୀ କୋଭିଡ ମହାମାରୀରୁ ଆରୋଗ୍ୟ ଲାଭ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୩ କୋଟି ୩୨ ଲକ୍ଷ ୪୮ ହଜାର ୨୯୧ ଲୋକ ଏହି ମହାମାରୀକୁ ମାତ୍ ଦେଇଛନ୍ତି ।