କରୋନା ଅପଡେଟ୍: ଦେଶରେ ୧୯,୮୯୩ ନୂଆ ମାମଲା, ୫୩ ମୃତ | News Room Odisha

କରୋନା ଅପଡେଟ୍: ଦେଶରେ ୧୯,୮୯୩ ନୂଆ ମାମଲା, ୫୩ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ମାମଲାରେ ପ୍ରାୟ ୧୬ ପ୍ରତିଶତ ବୃଦ୍ଧି ଘଟିଛି। ଗତ ୨୪ ଘଣ୍ଟା ମଧ୍ୟର ଆଉ ୧୯,୮୯୩ ନୂତନ ମାମଲା ରିପୋର୍ଟ ହୋଇଛି । ଏହା ପରେ ଦେଶରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪୪,୦୮୭,୦୩୭ କୁ ବୃଦ୍ଧି ପାଇଛି। ବୁଧବାର ଦିନ ୧୭,୧୩୫ଟି ନୂଆ ମାମଲା ରୁଜୁ ହୋଇଥିଲା।

ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ-୧୯ ସଂକ୍ରମଣ ଯୋଗୁଁ ୫୩ ଜଣ ପ୍ରାଣ ହରାଇଛନ୍ତି। ଦେଶରେ ବର୍ତ୍ତମାନ କରୋନା ଯୋଗୁଁ ମୋଟ ୫,୨୬,୫୩୦ ଲୋକଙ୍କର ମୃତ୍ୟୁ ଘଟିଛି।

ଗତ ୨୪ ଘଣ୍ଟା ମଧ୍ୟରେ, ୨୦,୪୧୯ ଲୋକ କରୋନାକୁ ମାତ୍ ଦେଇଛନ୍ତି। ଏହା ପରେ ଦେଶରେ କରୋନାରୁ ସୁସ୍ଥ ହେଉଥିବା ମୋଟ ଲୋକଙ୍କ ସଂଖ୍ୟା ୪୩,୪୨୪,୦୨୯ କୁ ବୃଦ୍ଧି ପାଇଛି। ଦିନକରେ ଆଉ ୩୮,୨୦,୬୭୬ ଡୋଜ ଦିଆଯାଇଛି । ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୨୦୫,୨୨,୫୧,୪୦୮ ଟିକା ଡୋଜ୍ ଦିଆଯାଇଛି।