କରୋନା ଅପଡେଟ୍: ଦେଶରେ ୧,୯୯୪ ନୂଆ ମାମଲା | News Room Odisha

କରୋନା ଅପଡେଟ୍: ଦେଶରେ ୧,୯୯୪ ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ କରୋନାର ୧,୯୯୪ ନୂଆ ମାମଲା ଆସିଛି । ଏଥିସହ ଦେଶରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪,୪୬,୪୨,୭୪୨ କୁ ବୃଦ୍ଧି ପାଇଥିବା ବେଳେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨୩,୪୩୨କୁ ହ୍ରାସ ପାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ରବିବାର ସକାଳ ୮ ଟା ସୁଦ୍ଧା ପ୍ରକାଶିତ ତଥ୍ୟ ଅନୁଯାୟୀ, ଆଉ ଚାରି ଜଣଙ୍କ ମୃତ୍ୟୁ ପରେ ଦେଶରେ ମୋଟ କୋଭିଡ୍ ମୃତ୍ୟୁ ସଂଖ୍ୟା ୫,୨୮,୯୬୧କୁ ବୃଦ୍ଧି ପାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ମୋଟ ସଂକ୍ରମିତ ତୁଳନାରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୦.୦୫ ପ୍ରତିଶତ ଥିବାବେଳେ ସଂକ୍ରମଣରୁ ଜାତୀୟ ଆରୋଗ୍ୟ ହାର ୯୮.୭୬ ପ୍ରତିଶତ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୬୧୧ ଜଣ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦ୍ବାରା ଦୈନିକ ସଂକ୍ରମଣ ହାର ୧.୨୪ ପ୍ରତିଶତରେ ରେକର୍ଡ କରାଯାଇଛି। ସାପ୍ତାହିକ ସଂକ୍ରମଣ ହାର ୦.୯୯ ପ୍ରତିଶତ ରହିଛି । ସୁସ୍ଥ ହୋଇଥିବା ମୋଟ ଲୋକଙ୍କ ସଂଖ୍ୟା ୪,୪୦,୯୦,୩୪୯ କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ହାର ୧.୧୮ ପ୍ରତିଶତ ରେକର୍ଡ କରାଯାଇଛି।

ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ଦେଶବ୍ୟାପୀ କୋଭିଡ-୧୯ ଟିକାକରଣ ଅଭିଯାନ ଅଧୀନରେ ଦେଶରେ ଏପର୍ଯ୍ୟନ୍ତ ୨୧୯.୫୫ କୋଟି ଡୋଜ୍ ଟିକା ଦିଆଯାଇଛି।