କରୋନା ଅପଡେଟ୍: ୨୪ ଘଣ୍ଟାରେ ଦେଶରେ ଆଉ ୨.୮୬ ଲକ୍ଷ ମାମଲା, ୫୭୩ ମୃତ | News Room Odisha

କରୋନା ଅପଡେଟ୍: ୨୪ ଘଣ୍ଟାରେ ଦେଶରେ ଆଉ ୨.୮୬ ଲକ୍ଷ ମାମଲା, ୫୭୩ ମୃତ

ନୂଆଦିଲ୍ଲୀ: ଦେଶରେ କରୋନାର ତୃତୀୟ ଲହର ପ୍ରକୋପ ଏବେ ବି ଜାରି ରହିଛି । ଗୁରୁବାର ମଧ୍ୟ କରୋନାର ପ୍ରାୟ ତିନି ଲକ୍ଷ ନୂଆ ମାମଲା ଆସିଛି । ଗତ ୨୪ ଘଣ୍ଟାରେ ସମଗ୍ର ଦେଶରେ ୨,୮୬,୩୮୪ ନୂଆ ମାମଲା ରିପୋର୍ଟ ହୋଇଛି । ଗତକାଲି ତୁଳନାରେ ଦୈନିକ ସଂକ୍ରମଣରେ ସାମାନ୍ୟ ବୃଦ୍ଧି ଘଟିଛି । ବୁଧବାର ଦିନ ୨,୮୫,୯୧୪ ନୂତନ କରୋନା ମାମଲା ପଞ୍ଜିକୃତ ହୋଇଥିଲା। ଦେଶରେ ସଂକ୍ରମଣର ମୋଟ ସଂଖ୍ୟା ୪ କୋଟି ଅତିକ୍ରମ କରିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗୁରୁବାର କହିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ୫୭୩ ରୋଗୀଙ୍କର ମୃତ୍ୟୁ ହୋଇଥିବାବେଳେ ଏପର୍ଯ୍ୟନ୍ତ କରୋନା କାରଣରୁ ମୋଟ ୪,୯୧,୭୦୦ ଲୋକ ପ୍ରାଣ ହରାଇଛନ୍ତି।

ବର୍ତ୍ତମାନ ଭାରତରେ ସକ୍ରିୟ ମାମଲା ୨୨ ଲକ୍ଷ ଅତିକ୍ରମ କରିଛି (୨୨,୦୨,୪୭୨)। ଅବଶ୍ୟ ସକ୍ରିୟ ମାମଲା ହ୍ରାସ ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି। ସକ୍ରିୟ ରୋଗୀ ସଂଖ୍ୟା ହେଉଛି ମୋଟ ମାମଲାର ୫.୪୬ ପ୍ରତିଶତ ।

ଗତ ୨୪ ଘଣ୍ଟାରେ ଆଉ ୩,୦୬,୩୫୭ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏକାସାଙ୍ଗରେ ବର୍ତ୍ତମାନ ପର୍ଯ୍ୟନ୍ତ ୩,୭୬,୭୭,୩୨୮ ଲୋକ ସଂକ୍ରମଣକୁ ମାରିବାରେ ସଫଳ ହୋଇଛନ୍ତି । ସୁସ୍ଥତା ହାର ୯୩.୩୩ ପ୍ରତିଶତ ରହିଥିବା ବେଳେ ଦୈନିକ ସଂକ୍ରମଣ ହାର ପଜିଟିଭିଟି ରେଟ୍ ୧୯.୫୯ ପ୍ରତିଶତ ରହିଛି । ସାପ୍ତାହିକ ସଂକ୍ରମଣ ହାର ୧୭.୭୫ ପ୍ରତିଶତ ରିପୋର୍ଟ କରାଯାଇଛି ।

ଦେଶବ୍ୟାପୀ ଟୀକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ଲୋକଙ୍କୁ ୧୬୩.୮୪ କୋଟି ଟିକା ଟିକା ଦିଆଯାଇଛି।

COVID-19