କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ୨୦,୦୩୮ ନୂଆ ମାମଲା, ୪୭ ମୃତ | News Room Odisha

କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ୨୦,୦୩୮ ନୂଆ ମାମଲା, ୪୭ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୨୦,୦୩୮ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। କୋଭିଡ୍ ଯୋଗୁଁ ଆଉ ୪୭ ଜଣଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ଦେଶରେ ୧,୩୯,୦୭୩ ସକ୍ରିୟ ମାମଲା ରହିଛି। ଦେଶରେ ଦୈନିକ ସଂକ୍ରମଣ ହାର ହେଉଛି ୪.୪୪ ପ୍ରତିଶତ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୮,୯୨,୯୬୯ ଡୋଜ କରୋନା ଟିକା ଦିଆଯାଇଛି । ଏଥସହ ଦେଶରେ ମୋଟ ଟିକାକରଣ ୧୯୯,୪୭,୩୪,୯୯୪ ରେ ପହଞ୍ଚିଛି। କରୋନାରୁ ୧୬,୯୯୪ ଲୋକ କରୋନାକୁ ମାତ୍ ଦେଇଛନ୍ତି । ଏଭଳି ସ୍ଥିତିରେ ଦେଶରେ ସୁସ୍ଥ ହୋଇଥିବା ମୋଟ ଲୋକଙ୍କ ସଂଖ୍ୟା ୪,୩୦,୪୫,୩୫୦ କୁ ବୃଦ୍ଧି ପାଇଛି। ଆରୋଗ୍ୟ ହାର ୯୮.୪୮ ପ୍ରତିଶତ ରହିଛି ।

ସୂଚନାଯୋଗ୍ୟ, ଗତକାଲି କରୋନା ମାମଲାରେ ୧୯% ବୃଦ୍ଧି ଘଟିଥିଲା । ଗତକାଲି ମୋଟ ୨୦,୧୩୯ ମାମଲା ରିପୋର୍ଟ ହୋଇଥିଲା ଏବଂ ୨୮ ଜଣ ପ୍ରାଣ ହରାଇଥିଲେ। ବର୍ତ୍ତମାନ ପର୍ୟ୍ୟନ୍ତ କରୋନା ଯୋଗୁଁ ମୋଟ ୫୨୫,୫୯୭ ଜଣଙ୍କର ମୃତ୍ୟୁ ହୋଇଛି।