କରୋନା ଅପଡେଟ୍: ଦେଶରେ ୨୦,୨୭୯ ନୂଆ ଆକ୍ରାନ୍ତ, ସକ୍ରିୟ ମାମଲା ୧.୫୨ ଲକ୍ଷ | News Room Odisha

କରୋନା ଅପଡେଟ୍: ଦେଶରେ ୨୦,୨୭୯ ନୂଆ ଆକ୍ରାନ୍ତ, ସକ୍ରିୟ ମାମଲା ୧.୫୨ ଲକ୍ଷ

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ-୧୯ ର ୨୦,୨୭୯ ନୂଆ ମାମଲା ରିପୋର୍ଟ ହୋଇଛି। ଦିନକରେ ୩୬ ଜଣ ଲୋକ ଏହି ରୋଗରେ ପ୍ରାଣ ହରାଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଭାରତରେ ସମୁଦାୟ କରୋନା ମାମଲା ୪,୩୮,୮୮,୪୫୫କୁ ବୃଦ୍ଧି ପାଇଛି । କୋଭିଡ୍-୧୯ରୁ ଏଯାବତ୍ ୪,୩୨,୧୦,୫୨୨ ରୋଗୀ ସୁସ୍ଥ ହୋଇଛନ୍ତି । ସକ୍ରିୟ ମାମଲା ୧,୫୨,୨୦୦କୁ ବୃଦ୍ଧି ପାଇଛି ।

ଗତ ୨୪ ଘଣ୍ଟାରେ ଆଉ ୧୮,୧୪୩ ରୋଗୀଙ୍କୁ ଡିସଚାର୍ଜ କରାଯାଇଛି। ଦେଶରେ କୋଭିଡ୍ ଜନିତ ମୃତ୍ୟୁ ସଂଖ୍ୟା ୫,୨୬,୦୩୩ରେ ପହଞ୍ଚିଛି। ଦେଶରେ ଏଯାବତ୍ ୨୦୧ କୋଟିରୁ ଉର୍ଦ୍ଧ୍ବ ଡୋଜ୍ ଟିକା ଦିଆଯାଇଛି ।