କରୋନା ଅପଡେଟ୍: ଦିନକରେ ୨୦,୫୨୮ ନୂଆ ମାମଲା, ୪୯ ମୃତ | News Room Odisha

କରୋନା ଅପଡେଟ୍: ଦିନକରେ ୨୦,୫୨୮ ନୂଆ ମାମଲା, ୪୯ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାର ଗତି ପୁଣି ଉପରମୁହାଁ ହେବାରେ ଲାଗିଛି । ଦେଶରେ କ୍ରମାଗତ ଚତୁର୍ଥ ଦିନ ପାଇଁ ଦୈନିକ ସଂକ୍ରମଣ ୨୦ ହଜାର ଟପିଛି । ଦିନକରେ ଆଉ ୨୦,୫୨୮ ନୂଆ ମାମଲା ରିପୋର୍ଟ ହୋଇଛି । ନୂଆ ମାମଲାକୁ ମିଶାଇ ଭାରତରେ କୋଭିଡ-୧୯ର ମୋଟ ମାମଲା ୪,୩୭,୫୦,୫୯୯କୁ ବୃଦ୍ଧି ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ସକ୍ରିୟ ମାମଲା ୧,୪୩,୪୪୯ରେ ପହଞ୍ଚିଛି ।

କରୋନା ଯୋଗୁଁ ଆଉ ୪୯ ଜଣ ପ୍ରାଣ ହରାଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୫,୨୫,୭୦୯କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲା ମୋଟ ସଂକ୍ରମଣର ୦.୩୩% ଥିବାବେଳେ କୋଭିଡରୁ ଜାତୀୟ ସୁସ୍ଥତା ହାର ୯୮.୪୭% ରେକର୍ଡ କରାଯାଇଛି ବୋଲି ମନ୍ତ୍ରଣାଳୟ କହିଛି। ସୂଚନା ଅନୁଯାୟୀ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ ୨,୬୮୯ ବୃଦ୍ଧି ରେକର୍ଡ କରାଯାଇଛି ।

ଭାରତର କୋଭିଡ-୧୯ ମାମଲା ୨୦୨୦ ଅଗଷ୍ଟ ୭ରେ ୨୦ ଲକ୍ଷ, ଅଗଷ୍ଟ ୨୩ ରେ ୩୦ ଲକ୍ଷ, ସେପ୍ଟେମ୍ବର ୫ରେ ୪୦ ଲକ୍ଷ ଏବଂ ସେପ୍ଟେମ୍ବର ୧୬ରେ ୫୦ ଲକ୍ଷ ଅତିକ୍ରମ କରିଥିଲା । ଅକ୍ଟୋବର ୨୯ରେ ଏହା ୮୦ ଲକ୍ଷ ଟପିଥିବା ବେଳେ ନଭେମ୍ବର ୨୦ରେ ୯୦ ଲକ୍ଷ ଏବଂ ଡିସେମ୍ବର ୧୯ରେ ଏକ କୋଟି ଅତିକ୍ରମ କରିଥିଲେ।

୨୦୨୧ ମେ ୪ ରେ ଦୁଇ କୋଟି ଏବଂ ଗତ ବର୍ଷ ଜୁନ୍ ୨୩ ରେ ତିନି କୋଟି ମାଇଲଖୁଣ୍ଟ ଅତିକ୍ରମ କରିଥିଲା। ଚଳିତ ବର୍ଷ ଜାନୁୟାରୀ ୨୫ ରେ କୋଭିଡ୍ ମାମଲା ଚାରି କୋଟି ଅତିକ୍ରମ କରିଥିଲା ।