କରୋନା ଅପଡେଟ୍: ଦେଶରେ ୨,୦୬୦ ନୂଆ ମାମଲା | News Room Odisha

କରୋନା ଅପଡେଟ୍: ଦେଶରେ ୨,୦୬୦ ନୂଆ ମାମଲା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୨,୦୬୦ ନୂଆ କରୋନା ମାମଲା ରିପୋର୍ଟ ହୋଇଛି । ଏଥିସହ ଦେଶରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪,୪୬,୩୦,୮୮୮ କୁ ବୃଦ୍ଧି ପାଇଛି । ଦିନକରେ ଆଉ ୧୦ ଜଣ ରୋଗୀ ପ୍ରାଣ ହରାଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୫,୨୮,୯୦୫କୁ ବୃଦ୍ଧି ପାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୋମବାର ସକାଳ ୮ ଟା ସୁଦ୍ଧା ପ୍ରଦତ୍ତ ତଥ୍ୟ ଅନୁଯାୟୀ ସକ୍ରିୟ ବା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨୬,୮୩୪ କୁ ବୃଦ୍ଧି ପାଇଛି, ଯାହାକି ମୋଟ ମାମଲାର ୦.୦୬ ପ୍ରତିଶତ । ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, କୋଭିଡ-୧୯ରୁ ଜାତୀୟ ସୁସ୍ଥତା ହାର ୯୮.୭୫ ପ୍ରତିଶତ ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟାରେ ୨୦୯ ଟି ମାମଲା ଯୋଡ଼ି ହୋଇଛି।

ତଥ୍ୟ ଅନୁଯାୟୀ, ଦୈନିକ ସଂକ୍ରମଣ ହାର ୧.୮୬ ପ୍ରତିଶତ ହୋଇଥିବାବେଳେ ସାପ୍ତାହିକ ସଂକ୍ରମଣ ହାର ୧.୦୨ ପ୍ରତିଶତ ରହିଛି। ଦେଶରେ ଏପର୍ଯ୍ୟନ୍ତ ୪,୪୦,୭୫,୧୪୯ ରୋଗୀ ସୁସ୍ଥ ହୋଇଛନ୍ତି ଏବଂ କୋଭିଡ-୧୯ରୁ ମୃତ୍ୟୁ ହାର ୧.୧୯ ପ୍ରତିଶତ ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୨୧୯.୩୩ କୋଟି ଟିକା ଡୋଜ୍ ଦିଆଯାଇଛି।