କରୋନା ଅପଡେଟ୍: ଦେଶରେ ୨୧,୪୧୧ ନୂଆ ମାମଲା, ୬୭ ମୃତ | News Room Odisha

କରୋନା ଅପଡେଟ୍: ଦେଶରେ ୨୧,୪୧୧ ନୂଆ ମାମଲା, ୬୭ ମୃତ

ନୂଆଦିଲ୍ଲୀ: ଭାରତରେ ଦିନକରେ କୋଭିଡ-୧୯ର ୨୧,୪୧୧ ନୂଆ ମାମଲା ରିପୋର୍ଟ ହୋଇଛି । ଏଥିସହ ମୋଟ ସଂକ୍ରମଣ ସଂଖ୍ୟା ୪,୩୮,୬୮,୪୭୬ ରେ ପହଞ୍ଚିଥିବାବେଳେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧,୫୦,୧୦୦କୁ ବୃଦ୍ଧି ପାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସକାଳ ୮ ଟା ପର୍ଯ୍ୟନ୍ତ ଅଦ୍ୟତନ ତଥ୍ୟ ଅନୁଯାୟୀ ଦେଶରେ କୋଭିଡ୍ ଯୋଗୁଁ ଆଉ ୬୭ ଜଣ ରୋଗୀ ପ୍ରାଣ ହରାଇଛନ୍ତି। ଏହାପରେ ମୋଟ ମୃତ୍ୟୁସଂଖ୍ୟା ୫,୨୫,୯୯୭ କୁ ବୃଦ୍ଧି ପାଇଛି । ସକ୍ରିୟ ବା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ମୋଟ ମାମଲାର ୦.୩୪ ପ୍ରତିଶତ । କୋଭିଡ-୧୯ ରୁ ସୁସ୍ଥ ହେଉଥିବା ଲୋକଙ୍କ ଜାତୀୟ ହାର ୯୮.୪୬ ପ୍ରତିଶତ ରେକର୍ଡ କରାଯାଇଛି।

ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ-୧୯ ସକ୍ରିୟ ମାମଲାରେ ଆଉ ୬୧୮ ରୋଗୀ ଯୋଡ଼ି ହୋଇଛନ୍ତି।ଏଥିସହିତ ଦୈନିକ ଏବଂ ସାପ୍ତାହିକ ସଂକ୍ରମଣ ହାର ୪.୪୬ ପ୍ରତିଶତ ରେକର୍ଡ କରାଯାଇଛି। ଏଯାବତ୍ ଦେଶରେ କରୋନା ସଂକ୍ରମଣରୁ ୪,୩୧,୯୨,୩୭୯ ଲୋକ ସୁସ୍ଥ ହୋଇଛନ୍ତି । ଦେଶରେ କୋଭିଡ୍ ମୃତ୍ୟୁ ହାର ୧.୨୦ ପ୍ରତିଶତ ରେକର୍ଡ କରାଯାଇଛି । ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୨୦୧.୬୮ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି।