କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ଆଉ ୨୨,୪୩୧ ମାମଲା ଚିହ୍ନଟ, ୩୧୮ ମୃତ | News Room Odisha

କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ଆଉ ୨୨,୪୩୧ ମାମଲା ଚିହ୍ନଟ, ୩୧୮ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୨୨,୪୩୧ କରୋନା ମାମଲା ସାମ୍ନାକୁ ଆସିଛି। ଦିନକରେ ଆଉ ୨୪,୬୦୨ ରୋଗୀ ସୁସ୍ଥ ହୋଇଥିବା ବେଳେ ୩୧୮ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ କରୋନାର ସକ୍ରିୟ ମାମଲା ହ୍ରାସ ପାଇବାରେ ଲାଗିଛି ‌‌।

ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ କରୋନା ମାମଲା ୩ କୋଟି ୩୮ ଲକ୍ଷ ୯୩ ​​ହଜାର ତିନିରେ ପହଞ୍ଚଛି ।
ସେଥିମଧ୍ୟରୁ ୩ କୋଟି ୩୧ ଲକ୍ଷ ୯୨ ହଜାର ୬୮୩ ରୋଗୀ ସୁସ୍ଥ ହୋଇଛନ୍ତି। ଏଯାବତ ୪ ଲକ୍ଷ ୪୯ ହଜାର ୮୮୩ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ସକ୍ରିୟ ମାମଲା ୨ ଲକ୍ଷ ୩୭ ହଜାର ୩୬୪ ରୋଗୀ ଚିକିତ୍ସାଧୀନ ଅଛନ୍ତି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଦେଶରେ ଟୀକାକରଣ ସଂଖ୍ୟା ୯୨ କୋଟି ଟପିଛି। ଗତକାଲି ଆଉ ୪୩ ଲକ୍ଷ ୯ ହଜାର ୫୨୫ ଡୋଜ କରୋନା ଟିକା ଦିଆଯାଇଥିଲା। ଏପର୍ଯ୍ୟନ୍ତ ମୋଟ ୯୨ କୋଟି ୬୩ ଲକ୍ଷ ୬୮ ହଜାର ୬୦୮କୁ ବୃଦ୍ଧି ପାଇଛି।