କରୋନା ଅପଡେଟ୍: ଦେଶରେ ୨,୨୮୮ ନୂଆ ମାମଲା | News Room Odisha

କରୋନା ଅପଡେଟ୍: ଦେଶରେ ୨,୨୮୮ ନୂଆ ମାମଲା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୨୮୮ ନୂଆ କରୋନା ମାମଲା ରିପୋର୍ଟ ହୋଇଛି । ଦିନକରେ ଆଉ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଦୈନିକ ସଂକ୍ରମଣ ୨୮.୬ ପ୍ରତିଶତ ହ୍ରାସ ପାଇଛି । ସୋମବାର ୩,୨୦୭ ନୂଆ କରୋନା ମାମଲା ଆସିଥିଲା । ଦେଶରେ ୯ ଦିନ ପରେ ଦୈନିକ କୋଭିଡ୍ ମାମଲା ୩ ହଜାର ତଳକୁ ଖସିଛି। ମଙ୍ଗଳବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୧୯,୬୩୭ କୁ ବୃଦ୍ଧି ପାଇଛି। ପଜିଟିଭିଟି ହାର ୦.୪୭ ପ୍ରତିଶତ ରେକର୍ଡ କରାଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ୩,୦୪୪ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି। ମନ୍ତ୍ରଣାଳୟର ୱେବସାଇଟ୍ ଅନୁଯାୟୀ, ଦେଶରେ ଏପର୍ଯ୍ୟନ୍ତ ମୋଟ ୪,୨୫,୬୩,୯୪୯ ଲୋକ କରୋନାକୁ ମାତ୍ ଦେଇଛନ୍ତି। ଗତ ୨୪ ଘଣ୍ଟାରେ ଆଉ ୧୩,୯୦,୯୧୨ ଲୋକଙ୍କୁ କରୋନା ଟିକା ଦିଆଯାଇଛି । ଏପର୍ଯ୍ୟନ୍ତ ସମୁଦାୟ ୧,୯୦,୫୦,୮୬,୭୦୬ ଡୋଜ୍ ଟିକା ଦିଆଯାଇଛି ।