କରୋନା ଅପଡେଟ୍: ୨୪ ଘଣ୍ଟାରେ ଆଉ ୨୪୮୭ ନୂଆ ମାମଲା | News Room Odisha

କରୋନା ଅପଡେଟ୍: ୨୪ ଘଣ୍ଟାରେ ଆଉ ୨୪୮୭ ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୨୪୮୭ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଦେଶରେ ସକ୍ରିୟ ମାମଲା ବର୍ତ୍ତମାନ ୧୭,୬୯୨କୁ ହ୍ରାସ ପାଇଛି। ଗତକାଲି ତୁଳନାରେ ଆଜି ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି। ଭାରତରେ ବର୍ତ୍ତମାନ ସୁଦ୍ଧା ସମୁଦାୟ ୪,୨୫,୭୯,୬୯୩ ଜଣ ଲୋକ ଏହି ରୋଗରୁ ସୁସ୍ଥ ହୋଇଥିବା ବେଳେ ସର୍ବମୋଟ ୫,୨୪,୨୧୪ ଜଣଙ୍କର ମୃତ୍ୟୁ ହୋଇଛି ।

ଭାରତରେ ଏପର୍ଯ୍ୟନ୍ତ ୧୯୧.୩୨ କୋଟି ଡୋଜ୍ ଲୋକଙ୍କୁ କରୋନା ଟିକା ଦିଆଯାଇଛି।