କରୋନା ଅପଡେଟ୍: ଦେଶରେ ୨୫୨୭ ନୂଆ ମାମଲା, ୩୩ ମୃତ | News Room Odisha

କରୋନା ଅପଡେଟ୍: ଦେଶରେ ୨୫୨୭ ନୂଆ ମାମଲା, ୩୩ ମୃତ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟାରେ ଦେଶରେ ୨୫୨୭ କରୋନା ମାମଲା ରିପୋର୍ଟ ହୋଇଛି । କରୋନା ଯୋଗୁଁ ଆଉ ୩୩ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ୧,୬୫୬ ଜଣ ମଧ୍ୟ ସୁସ୍ଥ ହୋଇଛନ୍ତି। ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୫,୦୭୯ କୁ ବୃଦ୍ଧି ପାଇଛି, ଯାହା ଚିନ୍ତାର ବିଷୟ। ମହାମାରୀ ଆରମ୍ଭରୁ ଏଯାବତ୍ କରୋନାରେ ସମୁଦାୟ ୫,୨୨,୧୪୯ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ମୋଟ ୪,୨୫,୧୭,୭୨୪ ଲୋକ ସୁସ୍ଥ ହୋଇଛନ୍ତି ।

କରୋନା ସଂକ୍ରମଣ ବଢୁଥିବାରୁ ଅନେକ ରାଜ୍ୟରେ ପୁଣି ଥରେ ମାସ୍କ ବାଧ୍ୟତାମୂଳକ କରାଯାଇଛି ।

ମୋଟ ମାମଲା: ୪,୩୦,୫୪,୯୫୨
ସକ୍ରିୟ ମାମଲା: ୧୫,୦୭୯
ମୋଟ ସୁସ୍ଥ: ୪,୨୫,୧୭,୭୨୪
ମୋଟ ମୃତ୍ୟୁ: ୫,୨୨,୧୪୯
ମୋଟ ଟିକାକରଣ: ୧,୮୭,୪୬,୭୨,୫୩୬