କରୋନା ଅପଡେଟ୍: ଦେଶରେ ଆଉ ୨୫୯୩ ନୂଆ ମାମଲା | News Room Odisha

କରୋନା ଅପଡେଟ୍: ଦେଶରେ ଆଉ ୨୫୯୩ ନୂଆ ମାମଲା

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୨୫୯୩ ନୂଆ କରୋନା ମାମଲା ରିପୋର୍ଟ ହୋଇଛି, ଯାହା ପୂର୍ବ ଦିନ ତୁଳନାରେ ଟିକେ ଅଧିକ। କ୍ରମାଗତ ପଞ୍ଚମ ଦିନ ପାଇଁ ୨ ହଜାରରୁ ଉର୍ଦ୍ଧ୍ବ ଦୈନିକ ମାମଲା ଆସିଛି ।

ଶନିବାର ଦିନ ଭାରତରେ ୨୫୨୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୩ ଜଣଙ୍କର ମୃତ୍ୟୁ ହୋଇଥିଲା । ରବିବାର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦ୍ବାରା ଜାରି ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ଆଉ ୪୪ ଜଣଙ୍କର ମୃତ୍ୟୁ ହୋଇଛି ।
ବର୍ତ୍ତମାନ ଭାରତରେ କରୋନାର ମୋଟ ମାମଲା ୪.୩୦ କୋଟି ଅତିକ୍ରମ କରିଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୫.୨୨ ଲକ୍ଷରୁ ଅଧିକ ହୋଇଛି ।

ଏଥି ସହିତ, ଶନିବାର ଦିଲ୍ଲୀରେ ୧୦୪୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀର ପଜିଟିଭିଟି ହାର ୪.୮୨ ପ୍ରତିଶତକୁ ବୃଦ୍ଧି ପାଇଛି |