କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ୨,୭୧୦ ନୂଆ ମାମଲା | News Room Odisha

କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ୨,୭୧୦ ନୂଆ ମାମଲା

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୩ ପ୍ରତିଶତ ବୃଦ୍ଧି ସହିତ ୨,୭୧୦ ନୂଆ କରୋନା ମାମଲା ରିପୋର୍ଟ ହୋଇଛି । ଏହି ରୋଗରେ ଆଉ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ଦେଶରେ କୋଭିଡ-୧୯ ରୁ ମୃତ୍ୟୁ ସଂଖ୍ୟା ୫,୨୪,୫୩୯ ରେ ପହଞ୍ଚିଛି। ଅନ୍ୟପଟେ ଏପର୍ଯ୍ୟନ୍ତ ମୋଟ ୪୨,୬୦୭,୧୭୭ ଲୋକ ସୁସ୍ଥ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ଆଉ ୨,୨୯୬ ଜଣ ଲୋକ କରୋନାକୁ ମାତ୍ ଦେଇଛନ୍ତି। ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୧୫,୫୧୪ ରେ ପହଞ୍ଚିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ଆଉ ୧୪,୪୧,୦୭୨ ଟିକା ଡୋଜ୍ ଦିଆଯାଇଛି। ଏଥିସହ ମୋଟ ଟିକାକରଣ ୧୯୨,୯୭,୭୪,୯୭୩କୁ ବୃଦ୍ଧି ପାଇଛି ।