କରୋନା ଅପଡେଟ୍: ଆହୁରି ଖସିଲା ସଂକ୍ରମଣ, ଦିନକରେ ୨୭,୪୦୯ ନୂଆ ମାମଲା, ୩୪୭ ମୃତ | News Room Odisha

କରୋନା ଅପଡେଟ୍: ଆହୁରି ଖସିଲା ସଂକ୍ରମଣ, ଦିନକରେ ୨୭,୪୦୯ ନୂଆ ମାମଲା, ୩୪୭ ମୃତ

ନୂଆଦିଲ୍ଲୀ:କରୋନାର ତୃତୀୟ ଲହର ଗତି ବର୍ତ୍ତମାନ ଭାରତରେ ତଳମୁହାଁ ହେବାରେ ଲାଗିଛି। ଆଜି କ୍ରମାଗତ ତୃତୀୟ ଦିନ ପାଇଁ ୫୦ ହଜାରରୁ କମ୍ ମାମଲା ପଞ୍ଜିକୃତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୨୭,୪୦୯ ନୂଆ କରୋନା ମାମଲା ଆସିଥିବା ବେଳେ ୩୪୭ ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି। ଦିନକ ପୂର୍ବରୁ ୩୪,୧୧୩ କରୋନା ମାମଲା ରିପୋର୍ଟ ହୋଇଥିଲା ​​ଏବଂ ୩୪୬ ଜଣ ଲୋକ ପ୍ରାଣ ହରାଇଥିଲେ । ଭଲ କଥା ହେଉଛି ଗତ ୨୪ ଘଣ୍ଟା ମଧ୍ୟରେ ୮୨ ହଜାର ଲୋକ ମଧ୍ୟ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ଅର୍ଥାତ୍ ୫୫ ହଜାର ସକ୍ରିୟ ମାମଲା ହ୍ରାସ ପାଇଛି।

କରୋନା ମହାମାରୀ ଯୋଗୁଁ ଦେଶରେ ଏଯାବତ୍ ମୋଟ ୪ କୋଟି ୨୬ ଲକ୍ଷ ୯୨ ହଜାର ଲୋକ ସଂକ୍ରମିତ ହୋଇଛନ୍ତି। ଏଥିମଧ୍ୟରୁ ୫ ଲକ୍ଷ ୯ ହଜାର ୩୫୮ ଜଣଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ୪ କୋଟି ୧୭ ଲକ୍ଷ ୬୦ ହଜାର ଲୋକ ମଧ୍ୟ ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ କରୋନା ସକ୍ରିୟ ମାମଲା ସଂଖ୍ୟା ୫ ଲକ୍ଷରୁ କମ୍ ରହିଛି। ସମ୍ପ୍ରତି ୪ ଲକ୍ଷ ୨୩ ହଜାର ୧୨୭ ଲୋକ ଚିକିତ୍ସାଧୀନ ଅଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଫେବୃଆରୀ ୧୪, ସୁଦ୍ଧା ସାରା ଦେଶରେ ୧୭୩ କୋଟି କରୋନା ଟିକା ଦିଆଯାଇଛି। ଗତକାଲି ଆଉ ୪୪.୬୮ ଲକ୍ଷ ଟିକା ଦିଆଯାଇଥିଲା।