ଦେଶରେ କରୋନାର ପୁଣି ଲମ୍ବା ଡିଆଁ, ଦିନକରେ ଆଉ ୨୭,୫୫୩ ମାମଲା ଚିହ୍ନଟ, ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୫୦୦ ଟପିଲା | News Room Odisha

ଦେଶରେ କରୋନାର ପୁଣି ଲମ୍ବା ଡିଆଁ, ଦିନକରେ ଆଉ ୨୭,୫୫୩ ମାମଲା ଚିହ୍ନଟ, ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୫୦୦ ଟପିଲା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୁଣି ଲମ୍ବା ଡିଆଁ ମାରୁଛି । ଏହାସହ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୭,୫୫୩ ନୂଆ ମାମଲା ରିପୋର୍ଟ ହୋଇଛି। ଦିନକରେ ଏହି ରୋଗରେ ୨୮୪ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କରୋନାର ଓମିକ୍ରନ୍ ଭାରିଆଣ୍ଟର ୧୫୨୫ ମାମଲା ରୁଜୁ ହୋଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ଏକ ଲକ୍ଷ ୨୨ ହଜାର ୮୦୧କୁ ବୃଦ୍ଧି ପାଇଛି। ଏହି ମହାମାରୀରେ ଏଯାବତ୍ ୪ ଲକ୍ଷ ୮୧ ହଜାର ୭୭୦ ଲୋକ
ପ୍ରାଣ ହରାଇଛନ୍ତି । ଗତକାଲି ୯୨୪୯ ରୋଗୀ ସୁସ୍ଥ ହୋଇଛନ୍ତି, ଯାହା ପରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩ କୋଟି ୪୨ ଲକ୍ଷ ୮୪ ହଜାର ୫୬୧ରେ ପହଞ୍ଚିଛି ।

ଦେଶବ୍ୟାପୀ ଟିକାକରଣ ଅଭିଯାନରେ ଏପର୍ଯ୍ୟନ୍ତ ୧୪୫ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି। ଗତକାଲି ଆଉ ୨୫ ଲକ୍ଷ ୭୫ ହଜାର ୨୨୫ ଡୋଜ ଦିଆଯାଇଥିଲା ।

COVID-19