କରୋନା ଅପଡେଟ୍: ଦେଶରେ ୨,୭୫୬ ନୂଆ ମାମଲା | News Room Odisha

କରୋନା ଅପଡେଟ୍: ଦେଶରେ ୨,୭୫୬ ନୂଆ ମାମଲା

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟାରେ କୋଭିଡ-୧୯ର ୨,୭୫୬ ନୂଆ ମାମଲା ଆସିଛି । ଏଥି ସହିତ ମୋଟ ସଂକ୍ରମଣ ମାମଲା ୪,୪୬,୧୨,୦୧୩ କୁ ବୃଦ୍ଧି ପାଇଥିବାବେଳେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨୮,୫୯୩କୁ ହ୍ରାସ ପାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅପଡେଟ୍ ତଥ୍ୟ ଅନୁଯାୟୀ ସକାଳ ୮ ଟା ପର୍ଯ୍ୟନ୍ତ ଅପଡେଟ୍ ହୋଇଥିବା ତଥ୍ୟ ଅନୁଯାୟୀ ଆଉ ୨୧ ଜଣ ରୋଗୀ ପ୍ରାଣ ହରାଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୫,୨୮,୭୯୯ କୁ ବୃଦ୍ଧି ପାଇଛି।

ତଥ୍ୟ ଅନୁଯାୟୀ, ସକ୍ରିୟ ବା ଚିକିତ୍ସାଧୀନ କୋଭିଡ୍ ରୋଗୀଙ୍କ ରୋଗୀଙ୍କ ସଂଖ୍ୟା ମୋଟ ମାମଲାର ୦.୦୬ ପ୍ରତିଶତ ହୋଇଥିବାବେଳେ କୋଭିଡ -୧୯ ରୁ ଜାତୀୟ ଆରୋଗ୍ୟ ହାର ୯୮.୭୫ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୬୫୮ ହ୍ରାସ ପାଇଛି।