କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ୨୮୨୮ ନୂଆ ମାମଲା, ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୭ ହଜାର ଉପରେ | News Room Odisha

କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ୨୮୨୮ ନୂଆ ମାମଲା, ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୭ ହଜାର ଉପରେ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ୨୮୨୮ ନୂଆ କରୋନା ମାମଲା ରୁଜୁ ହୋଇଛି। ଯାହା ଗତକାଲି ତୁଳନାରେ ସାମାନ୍ୟ ଅଧିକ । ଗତକାଲି ୨୬୮୫ ମାମଲା ପଞ୍ଜିକୃତ ହୋଇଥିଲା। ଆଜି କରୋନା ର ନୂଆ ମାମଲାରେ ୫% ବୃଦ୍ଧି ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି।

ଆଜି ସକ୍ରିୟ ମାମଲାରେ ୭୭୯ ମାମଲା ବୃଦ୍ଧି ପାଇଛି, ଯାହା ପରେ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୧୭,୦୮୭ ରେ ପହଞ୍ଚିଛି। ଦେଶରେ ଏଯାବତ୍ ମୋଟ ୪ କୋଟି ୩୧ ଲକ୍ଷ ୫୩ ହଜାରରୁ ଅଧିକ କରୋନା ମାମଲା ରେକର୍ଡ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୫ ଲକ୍ଷ ୨୪ ହଜାର ୫୮୬ କୁ ବୃଦ୍ଧି ପାଇଛି ।