କରୋନା ଅପଡେଟ୍: ଦେଶରେ ଆଉ ୨,୮୯୭ ଟି ନୂଆ ମାମଲା, ୫୪ ମୃତ | News Room Odisha

କରୋନା ଅପଡେଟ୍: ଦେଶରେ ଆଉ ୨,୮୯୭ ଟି ନୂଆ ମାମଲା, ୫୪ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ କରୋନାର ୨,୮୯୭ ଟି ନୂଆ ମାମଲା ଆସିଥିବାବେଳେ ୫୪ ଜଣଙ୍କର ମୃତ୍ୟୁ ହୋଇଛି। ନୂଆ ସଂକ୍ରମିତଙ୍କ ସହ ସକ୍ରିୟ ମାମଲା ସଂଖ୍ୟା ବର୍ତ୍ତମାନ ୧୯,୪୯୪ କୁ ବୃଦ୍ଧି ପାଇଛି । ଦୈନିକ ପଜିଟିଭିଟି ହାର ମଧ୍ୟ ୦.୬୧ ପ୍ରତିଶତକୁ ବୃଦ୍ଧି ପାଇଛି । ଦିନକ ପୂର୍ବରୁ କୋଭିଡ-୧୯ର ୨,୨୮୮ ଟି ନୂଆ ମାମଲା ରିପୋର୍ଟ ହୋଇଥିଲା। ଆଜି ଏଥିରେ ସାମାନ୍ୟ ବୃଦ୍ଧି ଘଟିଛି । ଏଥି ସହିତ ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୧୯୦.୫୦ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି।