କରୋନା ଅପଡେଟ୍: ଦେଶରେ ଆଉ ୩୧,୩୮୨ ନୂଆ ମାମଲା, ୩୧୮ ମୃତ | News Room Odisha

କରୋନା ଅପଡେଟ୍: ଦେଶରେ ଆଉ ୩୧,୩୮୨ ନୂଆ ମାମଲା, ୩୧୮ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସକ୍ରିୟ ମାମଲା ପ୍ରାୟ ତିନି ଲକ୍ଷକୁ ଖସି ଆସିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଶୁକ୍ରବାର ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୩୧,୩୮୨ ନୂଆ ମାମଲା ଆସିଥିବ ବେଳେ ୩୧୮ ଲୋକ ପ୍ରାଣ ହରାଇଛନ୍ତି। ଏକାସାଙ୍ଗରେ ୨୪ ଘଣ୍ଟାରେ ୩୨,୫୪୨ ଲୋକ ମଧ୍ୟ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି, ଅର୍ଥାତ୍ ୧୪୭୮ ସକ୍ରିୟ ମାମଲା ହ୍ରାସ ପାଇଛି |

କରୋନା ମହାମାରୀ ଆରମ୍ଭରୁ ଏଯାବତ୍ ମୋଟ ତିନି କୋଟି ୩୫ ଲକ୍ଷ ୯୪ ହଜାର ଲୋକ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ୪ ଲକ୍ଷ ୪୬ ହଜାର ୩୬୮ ଜଣଙ୍କର ମୃତ୍ୟୁ ହୋଇଛି। ଭଲ କଥା ହେଉଛି ଏପର୍ଯ୍ୟନ୍ତ ୩ କୋଟି ୨୮ ଲକ୍ଷ ୪୮ ହଜାର ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ ଏବେ ସମୁଦାୟ ୩ ଲକ୍ଷ ୧୬୨ ଲୋକ ଏବେବି ଚିକିତ୍ସାଧୀନ ଅଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ସେପ୍ଟେମ୍ବର ୨୩ ପର୍ଯ୍ୟନ୍ତ ସାରା ଦେଶରେ ୮୪ କୋଟି ୧୫ ଲକ୍ଷ ୧୮ ହଜାର ଡୋଜ କରୋନା ଟିକା ଦିଆଯାଇଛି। ଦିନକରେ ଆଉ ୭୨.୨୦ ଲକ୍ଷ ଟିକା ଦିଆଯାଇଥିଲା।

COVID-19