କରୋନା ଅପଡେଟ୍: ଦିନକରେ ଆଉ ୩,୨୭୫ ନୂଆ ମାମଲା, ୫୫ ମୃତ | News Room Odisha

କରୋନା ଅପଡେଟ୍: ଦିନକରେ ଆଉ ୩,୨୭୫ ନୂଆ ମାମଲା, ୫୫ ମୃତ

ନୂଆଦିଲ୍ଲୀ: ଭାରତରେ ପୁଣି କରୋନା ମାମଲା ବଢ଼ିବାରେ ଲାଗିଛି । ଦେଶରେ ଗତ ୨୪ ଘଣ୍ଟାରେ ୩,୨୭୫ ନୂଆ ମାମଲା ପଞ୍ଜିକୃତ ହୋଇଛି। ଯାହା ଗତକାଲି ତୁଳନାରେ ୨.୧ ପ୍ରତିଶତ ଅଧିକ । କୋଭିଡ୍-୧୯ ଯୋଗୁଁ ଦିନକରେ ଆଉ ୫୫ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହିତ ଦେଶରେ କୋଭିଡ୍ ଜନିତ ମୃତ୍ୟୁ ସଂଖ୍ୟା ୫୨୩,୯୭୫ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩,୦୧୦ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ଏହା ସହିତ ମୋଟ ସୁସ୍ଥଙ୍କ ସଂଖ୍ୟା ୪,୨୫,୪୭,୬୯୯ କୁ ବୃଦ୍ଧି ପାଇଛି । ସମଗ୍ର ଦେଶରେ ଏପର୍ଯ୍ୟନ୍ତ ସମୁଦାୟ ୧,୮୯,୬୩,୩୦,୩୬୨ ଲୋକଙ୍କ ଟିକାକରଣ କରାଯାଇଛି।