କରୋନା ଅପଡେଟ୍: ଦେଶରେ ୩,୩୭୫ ନୂଆ ମାମଲା | News Room Odisha

କରୋନା ଅପଡେଟ୍: ଦେଶରେ ୩,୩୭୫ ନୂଆ ମାମଲା

ନୂଆଦିଲ୍ଲୀ: ଭାରତରେ ଦିନକରେ କୋଭିଡ-୧୯ର ୩,୩୭୫ ନୂଆ ମାମଲା ଆସିବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୪୫,୯୪,୪୮୭ ରେ ପହଞ୍ଚିଛି । ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୩୭,୪୪୪କୁ ହ୍ରାସ ପାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରବିବାର ସକାଳ ୮ ଟା ପର୍ଯ୍ୟନ୍ତ ଅପଡେଟ୍ ହୋଇଥିବା ତଥ୍ୟ ଅନୁଯାୟୀ, କରୋନା ସଂକ୍ରମଣରେ ୧୮ ରୋଗୀଙ୍କ ମୃତ୍ୟୁ ହୋଇଛି । ଏହାପରେ ମୋଟ କୋଭିଡ୍ ମୃତ୍ୟୁ ୫,୨୮,୬୭୩ କୁ ବୃଦ୍ଧି ପାଇଛି।

ତଥ୍ୟ ଅନୁଯାୟୀ, କୋଭିଡ-୧୯ ପାଇଁ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ସମୁଦାୟ ସଂକ୍ରମଣର ୦.୦୮ ପ୍ରତିଶତ ହୋଇଥିବାବେଳେ ଜାତୀୟ ସୁସ୍ଥତା ହାର ୯୮.୭୩ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ, କୋଭିଡ-୧୯ ପାଇଁ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟାରେ ୮୪୯ ମାମଲା ହ୍ରାସ ହୋଇଛି।

ମନ୍ତ୍ରଣାଳୟ ଅନୁଯାୟୀ ଦୈନିକ ସଂକ୍ରମଣ ହାର ୧.୨୮ ପ୍ରତିଶତରେ ଥିବାବେଳେ ସାପ୍ତାହିକ ସଂକ୍ରମଣ ହାର ୧.୩୫ ପ୍ରତିଶତରେ ରେକର୍ଡ କରାଯାଇଛି। ଏହି ରୋଗରୁ ସୁସ୍ଥ ପାଇଥିବା ଲୋକଙ୍କ ସଂଖ୍ୟା ୪,୪୦,୨୮,୩୭୦ କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ହାର ୧.୧୯ ପ୍ରତିଶତ ରେକର୍ଡ କରାଯାଇଛି। ଦେଶବ୍ୟାପୀ କୋଭିଡ୍-୧୯ ଟିକାକରଣ ଅଭିଯାନ ଅଧୀନରେ ୨୧୮.୭୫ କୋଟି ଟିକା ଦିଆଯାଇଛି।